ସିଓଆର ଆବେଦନ ସମୟ ସୀମା ବୃଦ୍ଧି

ସିଓଆର ଆବେଦନ ସମୟ ସୀମା ବୃଦ୍ଧି

Amazon.sg

ଭୁବନେଶ୍ବର : ସାର୍ଟିଫିକେଟ୍‌ ଅଫ୍‌ ରେକୋଗନେସନ (ସିଓଆର) ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ଆସନ୍ତା ମାର୍ଚ୍ଚ ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପୂର୍ବରୁ ଫେବ୍ରୁଆରି ୧୫ ଆବେଦନର ଶେଷ ତାରିଖ ରଖାଯାଇଥିଲା। ମାତ୍ର କରୋନା ସଂକ୍ରମଣ ଯୋଗୁଁ ବହୁ ସ୍କୁଲ କର୍ତୃପକ୍ଷ ଆବେଦନ କରିପାରି ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ଆବେଦନ ସମୟ ସୀମାକୁ ବୃଦ୍ଧି କରିଛନ୍ତି। ନିୟମ ଅନୁଯାୟୀ ୨୦୨୨-୨୩ରୁ ୨୦୨୬-୨୬ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ସିଓଆର ଦିଆଯିବ। ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଜାରି ରହିଛି। ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ମାର୍ଚ୍ଚ ୧୫ ସୁଦ୍ଧା ଆବେଦନପତ୍ରଗୁଡ଼ିକର ଯାଞ୍ଚ କରି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବେ। ସେଗୁଡ଼ିକ ଅନୁଧ୍ୟାନ ପରେ ନିର୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ୩୧ରେ ଡିଇଓମାନଙ୍କୁ ଅନୁମୋଦନ ପଠାଯିବ। ଏପ୍ରିଲ ୧୫ ସୁଦ୍ଧା ସିଓଆର ପ୍ରଦାନ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe