ନବୋଦୟ ବିଦ୍ୟାଳୟରେ ବ୍ୟାପିଲା କରୋନା, ୧୫ ସଂକ୍ରମିତ

ନବୋଦୟ ବିଦ୍ୟାଳୟରେ ବ୍ୟାପିଲା କରୋନା, ୧୫ ସଂକ୍ରମିତ

Navodaya Vidyalaya Samiti

ସମ୍ବଲପୁର: ଶୁକ୍ରବାର ଜିଲ୍ଲାରେ ଆଉ ୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୨୯ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧,୭୮୦ କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଞ୍ଚଳରୁ ୪ ଜଣ ରହିଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରୁ ୨୫ ଜଣ ରହିଛନ୍ତି। ଏସ୍‌ଏମ୍‌ସି ଅଧୀନ ଭତରା, ଏସ୍‌ପିଙ୍କ ରେସିଡେନ୍ସ, ଦେହେରିପାଲି ଓ ଅଇଁଠାପାଲିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରୁ ଧନକଉଡ଼ାରୁ ସର୍ବାଧିକ ୧୬ ଜଣ ରହିଥିବା ବେଳେ ଜମନକିରାରୁ ୬ ଜଣ, ରେଢ଼ାଖୋଲ, ରେଙ୍ଗାଲି ଓ କୁଚିଣ୍ଡାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୯ ସଂକ୍ରମିତଙ୍କ ମଧ୍ୟରେ ଗୋଶାଳା ସ୍ଥିତ ନବୋଦୟ ବିଦ୍ୟାଳୟରୁ କେବଳ ୧୫ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୨ ବର୍ଷୀୟ ୬ ଜଣ ରହିଥିବା ବେଳେ ୧୩ ବର୍ଷୀୟ ୬ ଜଣ, ୪୬, ୪୭ ଓ ୩୭ ବର୍ଷୀୟ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୫ ସଂକ୍ରମିତଙ୍କ ମଧ୍ୟରେ ୫ ଜଣ ଛାତ୍ରୀ, ୭ ଜଣ ଛାତ୍ର ଏବଂ ୩ ଜଣ କର୍ମଚାରୀ ରହିଛନ୍ତି। ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର କରୋନା ଲକ୍ଷଣ ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲା।

ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରିଥିଲେ। ସଂକ୍ରମିତ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ଘରକୁ ନେଇଯାଇଥିବା ବେଳେ ୨ ଜଣ ଛାତ୍ରୀ ବିଦ୍ୟାଳୟ ଛାତ୍ରୀ ନିବାସରେ ସଂଗରୋଧରେ ଅଛନ୍ତି। ତେବେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବା ପରେ ପୁନଃ ପାଠପଢ଼ା ଜାରି ରହିଥିବା ବରିଷ୍ଠ ଶିକ୍ଷୟିତ୍ରୀ ନମିତା ତ୍ରିପାଠୀ ସୂଚନା ଦେଇଛନ୍ତି। ବିଦ୍ୟାଳୟରେ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ ସାଙ୍ଗକୁ ଅନ୍ୟ କଟକଣା ପାଳକ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe