ଖଣି ଅଞ୍ଚଳରେ କରୋନା ଉପରମୁହାଁ: ଟିକା ନେବାକୁ ଅନାଗ୍ରହ

Advertisment
ଖଣି ଅଞ୍ଚଳରେ କରୋନା ଉପରମୁହାଁ: ଟିକା ନେବାକୁ ଅନାଗ୍ରହ

କାଳିଆପାଣି: ସୁକିନ୍ଦା ବ୍ଲକ୍‌ର କାଳିଆପାଣି ଖଣି ଅଞ୍ଚଳରେ ଗତ ତିନିଦିନ ଧରି କରୋନା ସଂକ୍ରମଣ ଉପରମୁହାଁ ରହିଛି। ୩ ଦିନ ମଧ୍ୟରେ କେବଳ ଟାଟା(ଟିଏସ୍‌ଏମ୍‌ଏଲ୍‌) ସୁକିନ୍ଦା କଲୋନିରେ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା ଡାକ୍ତରଖାନାରେ ପରୀକ୍ଷଣ ବ୍ୟବସ୍ଥା ଥିବାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅନ୍ୟ ସ୍ଥାନରେ କରୋନା ପରୀକ୍ଷଣ ଓ କରୋନା ଟିକା ଗ୍ରହଣରେ ଅନାଗ୍ରହ ପରିଲକ୍ଷିତ ହୋଇଛି। ଏହି ଇଲାକାରେ ମାତ୍ର ୧୦ ରୁ ୧୫ ପ୍ରତିଶତ ଡବଲ୍‌ ଡୋଜ୍ ଓ ପ୍ରାୟ ୨୦ ପ୍ରତିଶତ ସିଙ୍ଗଲ ଡୋଜ୍ ଟିକା ନେଇଥିବା ଜଣାପଡ଼ିବା ପ‌ରେ କାଳିଆପାଣିରେ ଟିକାକରଣ କେନ୍ଦ୍ର ମାଧ୍ୟମରେ ଟିକାଦାନ ବ୍ୟବସ୍ଥା ହୋଇଥିଲା।

ଗତ ୨ ସପ୍ତାହ ମଧ୍ୟରେ କାଳିଆପାଣିରେ ୩ଟି ଟିକାକରଣ କେନ୍ଦ୍ର ଆୟୋଜିତ ହୋଇଥିଲେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟରୁ ୨୫ ପ୍ରତିଶତ ଟିକା ଫେରି ଯାଇଛି। ‌ଗତ ୨୦ ତାରିଖରେ ଚଣ୍ଡିମାତା ପ୍ରାଥମିକ ସ୍କୁଲକୁ ୨ ଶହ ଟିକା ଆସିଥିବା ସ୍ଥଳେ ୧୯୨ ଜଣ ଟିକା ନେଇଥିଲେ। ୨୩ ତାରିଖରେ ସେହି ସ୍ଥାନରେ ସମାନ ସଂଖ୍ୟକ ଟିକା ଆସିଥିଲେ ମଧ୍ୟ ୧୩୨ ଜଣ ଟିକା ନେଇଥିଲେ।

୩ ତାରିଖରେ ବିର୍ସାନଗର ଓ ଚିରିଗୁଣିଆ ବସ୍ତିବାସିନ୍ଦାଙ୍କ ପାଇଁ ୩ ଶହ ଟିକା ଆସିଥିଲେ ହେଁ ୨୧୨ ଜଣ ଟିକା ନେଇଥିବା ସୂଚନା ମିଳିଛି। ଏତେସବୁ ସଚେତନତା କାର୍ଯ୍ୟକ୍ରମ ପରେ ବି ଅଧିକାଂଶ ଲୋକ ଟିକା ନେବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି। କାମ ବାହାନା କରି ଲୁଚି ପଳାଉଥିବା ଅଭିଯୋଗ ହେଉଛି। ଘରକୁ ଘରକୁ ଘର ବୁଲି ବୁଝାଇବା ପରେ ଘରେ ପହଞ୍ଚି ଟିକା ଦେବାକୁ ପଡ଼ୁଛି ବୋଲି ସ୍ବାସ୍ଥ୍ୟକର୍ମୀ ସ୍ନେହଲତା ଦେବଗୋସ୍ବାମୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe