ସମ୍ବଲପୁର ଜିଲ୍ଲା: ଏକ ଅଙ୍କକୁ ଖସିଲା ଦୈନିକ ସଂକ୍ରମଣ

Advertisment
ସମ୍ବଲପୁର ଜିଲ୍ଲା: ଏକ ଅଙ୍କକୁ ଖସିଲା ଦୈନିକ ସଂକ୍ରମଣ

WHO | World Health Organization

ସମ୍ବଲପୁର: କିଛିଦିନ ଧରି ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିଲା। ତେବେ ଧୀରେ ଧୀରେ ଏହା ହ୍ରାସ ପାଇବା ଆରମ୍ଭ କରିଛି। ଗତ ମାସରେ ଶତାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଏହା ବର୍ତ୍ତମାନ ଏକ ଅଙ୍କକୁ ଖସିଆସିଛି।

ଯାହା ଜିଲ୍ଲାବାସୀଙ୍କୁ ଆସ୍ବସ୍ତୀ ଦେଇଛି। ବୁଧବାର ଜିଲ୍ଲାରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ମୋଟ ଉଫରେ ୪୭୯ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୁଧବାର ୮ ଜଣ ଚିହ୍ନଟ ହୋଇଥିଲେ। ଏହା ଅନୁଯାୟୀ ବୁଧବାର ଜିଲ୍ଲାର ଟିପିଆର୍‌(ଟେଷ୍ଟ ପଜିଟିଭ୍‌ ରେସିଓ) ମଧ୍ୟ ହ୍ରାସ ପାଇ ୧.୬୭ ରହିଛି। ଏହାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୧୦୮ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe