ଭିମ୍‌ସାରରେ ବ୍ୟାପି ଗଲାଣି କରୋନା: ପୁଣି ଜଣେ ଡାକ୍ତରଙ୍କ ସହିତ ୬ କର୍ମଚାରୀ  ସଂକ୍ରମିତ, ୩ ଜଣ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ

ଭିମସାର: ମାସକ ମଧ୍ୟରେ କୋଭିଡ୍‌ରେ ୧୦ ମୃତ୍ୟୁ

vimsar.ac.in

ବୁର୍ଲା : ଭିମ୍‌ସାରରେ ବ୍ୟାପି ଗଲାଣି କରୋନା। ବୁଧବାର ଦିନ ପୁଣି ଭିମ୍‌ସାରର ଜଣେ ଡାକ୍ତରଙ୍କ ସମେତ ୬ ଜଣ ମେଡ଼ିକାଲ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବୁଧବାର ଦିନ ଭିମସାର କୋଭିଡ୍‌ ହସ୍ପିଟାଲରେ ୩ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ଜଣ ପୁରୁଷ ହୋଇ ଥିବା ବେଳେ ଜଣେ ମହିଳା ରୋଗୀ ବୋଲି ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲା ନିବାସୀ ଅଟନ୍ତି। ସେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ମଧ୍ୟରୁ ଜଣେ ସୋନପୁର ଜିଲ୍ଲା ନିବାସୀ ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲାର ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଆଜି ଡାକ୍ତରଖାନାରେ ୧୧୯ ଜଣ ରୋଗୀ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ୧୯ଜଣ  କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ଦ୍ବିତୀୟ କୋଭିଡ଼ ହସ୍ପିଟାଲରେ ରୋଗୀ ସଂଖ୍ୟା ୭୧ ଥିବା ବେଳେ ୭ଜଣ ଆଇସିୟୁ ଅଛନ୍ତି। ୮ଜଣ ସୁସ୍ଥ ହୋଇ ଘରକୁ ଯାଇନ୍ତି। ଭର୍ତ୍ତି ହୋଇଥିବା ୭୧ ଜଣ ରୋଗୀଙ୍କ ମଧ୍ୟରୁ ୩୮ଜଣ ପୁରୁଷ ଥିବା ବେଳେ ୩୩ ଜଣ ମହିଳା ରୋଗୀ ଅଟନ୍ତି। ପ୍ରଥମ କୋଭିଡ଼ ହସ୍ପିଟାଲରେ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗର ୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ବୋଲି ଦ୍ଵିତୀୟ କୋଭିଡ଼ ହସ୍ପିଟାଲର ଇନଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe