ଖାଉଟି ସାମଗ୍ରୀର ଅଭାବ ନାହିଁ, ସପ୍ତାହରେ ୨ ଥର ବଜାରକୁ ଯାଆନ୍ତୁ ଓ କରୋନା ସଂକ୍ରମଣଠାରୁ ଦୂରରେ ରହନ୍ତୁ : ସୁରେନ୍ଦ୍ର କୁମାର

Advertisment
ଖାଉଟି ସାମଗ୍ରୀର ଅଭାବ ନାହିଁ, ସପ୍ତାହରେ ୨ ଥର ବଜାରକୁ ଯାଆନ୍ତୁ ଓ କରୋନା ସଂକ୍ରମଣଠାରୁ ଦୂରରେ ରହନ୍ତୁ : ସୁରେନ୍ଦ୍ର କୁମାର

ଭୁବନେଶ୍ୱର: ରାଜ୍ୟର ସାଢ଼େ ୪ କୋଟି ଖାଉଟି କିଭଳି ଖାଦ୍ୟପଦାର୍ଥ ଲାଗି ଅସୁବିଧାରେ ପଡ଼ିବେ ନାହିଁ, ତାହା ରାଜ୍ୟ ସରକାର ଅନବରତ ଚିନ୍ତା କରୁଛନ୍ତି । ସେମାନଙ୍କୁ କିଭଳି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବେ, ସେଥିପାଇଁ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ସାମଗ୍ରୀ ଯୋଗାଣର ପ୍ରତିଟି ଦିଗକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ବିଭିନ୍ନ  ସମସ୍ୟାର ସମାଧାନ କରୁଛନ୍ତି। ବଜାରରେ ଖାଦ୍ୟସାମଗ୍ରୀର ଅଭାବ ହେବ ନାହିଁ। ତେଣୁ ଲୋକେ ଖାଦ୍ୟ ସାମଗ୍ରୀ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ସପ୍ତାହରେ ବଜାରକୁ ଅତି ବେଶୀରେ ୨ ଥର ଯାଆନ୍ତୁ, ଏହା ଦ୍ବାରା ସଂକ୍ରମଣର ଆଶଙ୍କା କମ୍ ରହିବ ବୋଲି କହିଛନ୍ତି ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାର । ଏଥିସହ ସେ କହିଛନ୍ତି, ଆଜି ଯାଏଁ କେଉଁଠି ବି ଖାଉଟି ସାମଗ୍ରୀର ଅଭାବ ଦେଖାଦେଇନି । ସରକାରଙ୍କ ତରଫରୁ ମୁଁ ଆଶ୍ୱାସନା ଦେବାକୁ ଚାହୁଁଛି କି କେଉଁଠି ବି ଖାଉଟି ସାମଗ୍ରୀର ନିଅଣ୍ଟିଆ ପରିସ୍ଥିତି ହେବାକୁ ଦେବୁନି।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୁରେନ୍ଦ୍ର କୁମାର କହିଛନ୍ତି, କିଛି ଖାଉଟି ଦିନକୁ ୨/୪ ଥର ବି ବଜାରକୁ ଯାଉଛନ୍ତି । ଖୁସୀର କଥା ୯୦ରୁ ୯୫  ପ୍ରତିଶତ ଲୋକ ଘର ଭିତରେ ହିଁ ରହୁଛନ୍ତି । ବାକି ୫ ପ୍ରତିଶତ ବାରମ୍ବାର ବଜାରକୁ ଆସୁଛନ୍ତି।  ଜାଣିରଖିବା ଉଚିତ ଯେ ଆମେ ଯେତେ ବେଶୀ ଥର ବଜାରକୁ ଯିବା ସେତେ ଅଧିକ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି ।

ଖାଉଟି, ବ୍ୟବସାୟୀ, ମାଲବାହୀ ସଂଘ ଓ ପରିବହନ ସଂସ୍ଥାର ମାଲିକମାନେ ରାଜ୍ୟ ସରକାରଙ୍କୁ ସହଯୋଗ ଦେଉଛନ୍ତି ।  ଯେତେବେଳେ ଏକ ସଂକଟ ସମୟରେ ଅବତୀର୍ଣ୍ଣ ହୋଇଛି, ଏଭଳି ଦୁର୍ଦ୍ଦିନରେ ସେମାନେ ସରକାରଙ୍କୁ ସହଯୋଗ କରୁଛନ୍ତି । ସାଢ଼େ ୪କୋଟି ଖାଉଟିଙ୍କୁ କଷ୍ଟ ସମୟରେ ସହଯୋଗ କରୁଛନ୍ତି । ଯେଉଁ ଦିନଠାରୁ ଆମ ରାଜ୍ୟରେ ଓ ଦେଶରେ ଲକଡାଉନ ଘୋଷଣା କରାଗଲା ସେହି ଦିନଠାରୁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ଏଥିରେ ୭ ଜଣ ପଦସ୍ଥ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ଖାଦ୍ୟ ଯୋଗାଣ, ଗୃହ ଓ ନଗର ଉନ୍ନୟନ, ପରିବହନ ଆୟୋଗ, ବାଣିଜ୍ୟ ଆୟୁକ୍ତ, ପୁଲିସ, ପଂଚାୟତ ବିଭାଗର ଜଣେ ଲେଖାଏଁ ଉଚ୍ଚ ପଦସ୍ଥ ଅଧିକାରୀ ଏଥିରେ ସାମିଲ ଅଛନ୍ତି ।

publive-image

ଏହି ଉଚ୍ଚସ୍ତରୀୟ କମିଟିର ଉଦ୍ଦେଶ୍ୟ ଥିଲା ରାଜ୍ୟର ସାଢ଼େ ୪ କୋଟି ଖାଉଟିଙ୍କୁ ସୁରକ୍ଷିତ ରଖିବା । ସେମାନଙ୍କୁ ସୂଚାରୁ ରୂପେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା । ଖାଦ୍ୟ ଓ ଅନ୍ୟ ସାମଗ୍ରୀର ମୂଲ୍ୟାୟନ ସୂଚାରୁ ରୂପେ ପରିଚାଳନା କରିବା । ଯୋଗାଣ ଓ ପରିବହନକୁ ଦୃଷ୍ଟିରେ ରଖି କାର୍ଯ୍ୟପନ୍ଥାକୁ ଯୋଜନା କଲୁ । ମାଲବାହୀ ଗାଡ଼ି ଉପରେ କୌଣସି ପାସ ଯେଭଳି ଦରକାର ପଡ଼ିବ ନାହିଁ, ସେ ଦିଗରେ କାମ କରିଛୁ । ପ୍ରଥମ ୨ ଦିନ କିଛି ସମସ୍ୟା ଦେଖାଯାଇଥିଲା । ରାଜ୍ୟ ସୀମାରେ ଗାଡ଼ିଗୁଡ଼ିକ ଅଟକିଯିବାରୁ ଏହି ସମସ୍ୟା ଦେଖାଯାଇଥିଲା ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସବୁ ସ୍ଥାନରେ ମାଲ ପରିବହନ ବ୍ୟବସ୍ଥା ସୂଚାରୁ ରୂପେ ଚାଲିଛି । ରାଜ୍ୟର ପରିବହନ ମହାସଂଘ ସହ ବୈଠକ ହୋଇଛି । ଏଥିରେ ସେମାନଙ୍କ ସମସ୍ୟା ଦୂର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାସ୍ତରରେ ମଧ୍ୟ ଏହି ବୈଠକରେ ଆୟୋଜନ କରାଯାଇଛି । ଖାଉଟି ସଂଘମାନଙ୍କୁ ଆମେ ଅନୁରୋଧ କରିଛୁ ଯେ, ସାମାଜିକ ଦୂରତ୍ୱ ରକ୍ଷା କରାଯାଉ । ଆମେ ସମୟ କ୍ରମେ ଅନ୍ୟ ସଂଗଠନ ସହିତ ଆଲୋଚନା କରିବୁ ବୋଲି ସୁରୋନ୍ଦ୍ର କୁମାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe