କରୋନା ଆକ୍ରାନ୍ତଙ୍କୁ ନେଇ ପିପିଲିରେ ଆଲୋଡ଼ନ, ଦାନଗହିର ଗାଁ ୧୧ ଦିନ ପାଇଁ ସଟ୍‌ଡାଉନ୍‌

Advertisment

୧୪ ତାରିଖ ପର୍ଯ୍ୟନ୍ତ ରହିବ ବଳବତ୍ତର, ସଂସ୍ପର୍ଶରେ ଆସିଥିବା ୧୮ଜଣ ସଂଗରୋଧରେ, ପୂରା ଗାଁକୁ ବିଶୋଧନ କରାଗଲା

୧୪ ତାରିଖ ପର୍ଯ୍ୟନ୍ତ ରହିବ ବଳବତ୍ତର, ସଂସ୍ପର୍ଶରେ ଆସିଥିବା ୧୮ଜଣ ସଂଗରୋଧରେ, ପୂରା ଗାଁକୁ ବିଶୋଧନ କରାଗଲା

କରୋନା ଆକ୍ରାନ୍ତଙ୍କୁ ନେଇ ପିପିଲିରେ ଆଲୋଡ଼ନ, ଦାନଗହିର ଗାଁ ୧୧ ଦିନ ପାଇଁ ସଟ୍‌ଡାଉନ୍‌

ପୁରୀ/ପିପିଲି: ପିପିଲି ବ୍ଲକ୍ ଅନ୍ତର୍ଗତ ଦାନଗହିର ଗ୍ରାମର ଜଣେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସମ୍ଭାବ୍ୟ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ କଡ଼ା ପଦ‌କ୍ଷେପ ଗ୍ରହଣ କରିଛି। ସଂପୃକ୍ତ ଅଞ୍ଚଳକୁ ନିୟନ୍ତ୍ରଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଦାନଗହିର ଛକ ସହିତ ଜୟପୁର ଛକ, ଜୟପୁର ଶାସନ ଛକ ଓ ଏହାର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛି। ଏହି ଅବଧି ଆଜିଠାରୁ ଅର୍ଥାତ ଏପ୍ରିଲ ୪ ତାରିଖରୁ ସକାଳ ୭ଟାରୁ ଏପ୍ରିଲ ୧୪ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୁରୀ ଜିଲ୍ଲ‌ା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଟ୍‌ଡାଉନ୍‌ ଅବଧି ମଧ୍ୟରେ ନିୟନ୍ତ୍ରଣ ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଯାଇ ପାରିବେ ନାହିଁ ଓ ବାହାରୁ କୌଣସି ବ୍ୟକ୍ତି ଗାଁକୁ ଆସିପାରିବେ ନାହିଁ। ନିୟନ୍ତ୍ରଣ ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଘରେ ରହିବେ, ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ଅଞ୍ଚଳର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧା ବନ୍ଦୋବସ୍ତ କରାଯିବ। ଏଥିପାଇଁ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯ‌ାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ଆଜି ସକାଳ ୭ରୁ ସଟ୍‌ଡାଉନ୍‌ ଘୋଷଣା ହେବା ପରେ ଦାନଗହିର ଅଞ୍ଚଳରେ ଭ୍ରାମ୍ୟମାଣ ଗାଡ଼ିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ପୂରା ଗାଁକୁ ଅଗ୍ନିସମ ବିଭାଗ ପକ୍ଷରୁ ବିଶୋଧକରେ ସାନିଟାଇଜ୍ କରାଯାଇ ସଂକ୍ରମଣ ମୁକ୍ତ କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତା‌ଙ୍କ ପରିବାର ୧୩ଜଣଙ୍କୁ ହୋମ କ୍ବାରାଣ୍ଟିନରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଗ୍ରାମର ଆଉ ୫ଜଣଙ୍କୁ ମଧ୍ୟ କ୍ବାରାଣ୍ଟିନରେ ରଖାଯାଇଛି। ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe