ଘୁ.ଉଦୟଗିରି : ଚଳିତ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଦଣ୍ଡଯାତ୍ରାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ। ତେବେ ସବୁବର୍ଷ ଦଣ୍ଡଯାତ୍ରାରେ ରେକର୍ଡ଼ ଡ୍ୟାନ୍ସରେ ଭାଗ ନେଉଥିବା ରୁଦ୍ରକାଳୀ ନାଟ୍ୟ ସଂଘର ସମସ୍ତ କଳାକାର ଚଳିତ ବର୍ଷ ସାରା ସହର ପରିକ୍ରମା କରି ନୃତ୍ୟ ଓ ଗୀତ ମାଧ୍ୟମରେ କରୋନା ସଚେତନ କରୁଛନ୍ତି। କିଛି କଳାକାର ଧେଣ୍ଡୁରା ବଜାଇ ମାସ୍କ୍ ବ୍ୟବହାର କରିବା, ସାନିଟାଇଜର୍ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ଦୋକାନରେ ଅଯଥା ଗହଳି ନ କରିବାକୁ ଅନୁରୋଧ କରିଥିଲେ।
ରୁଦ୍ରକାଳୀ ନାଟ୍ୟ ସଂଘର କଳାକାର ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେମାନେ ପ୍ରତିବର୍ଷ ମୁହଁରେ ରଙ୍ଗବୋଳି ଦଣ୍ଡଯାତ୍ରାରେ ୧୩ ଦିନ ନାଚଗୀତ କରି ଦର୍ଶକଙ୍କ ହୃଦୟ ଜିଣୁଥିଲେ। କିନ୍ତୁ ଗତବର୍ଷ କରୋନା କଟକଣା ଯୋଗୁଁ ଦଣ୍ଡଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଥିଲା। ଚଳିତ ବର୍ଷ କଟକଣା ମଧ୍ୟରେ କେବଳ ପରମ୍ପରା ଅନୁସାରେ ପୂଜାପାଠ ଭିତରେ ଦଣ୍ଡଯାତ୍ରା ସୀମିତ ରହିବା ଯୋଗୁଁ ସମାଜର ମଙ୍ଗଳ ପାଇଁ କରୋନା ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ପୁଲିସ ଏସ୍ଆଇ କୌଶଲ୍ୟା ବେହେରାଙ୍କ ସମେତ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ।
Follow Us