ଅଗମ୍ୟ ଗ୍ରାମରେ କରୋନା ମୁକାବିଲା : ଚାଲି ଚାଲି ଯାଇ ଚିକିତ୍ସା କରୁଛନ୍ତି ଡାକ୍ତର ପ୍ରତାପ

Advertisment
ଅଗମ୍ୟ ଗ୍ରାମରେ କରୋନା ମୁକାବିଲା : ଚାଲି ଚାଲି ଯାଇ ଚିକିତ୍ସା କରୁଛନ୍ତି ଡାକ୍ତର ପ୍ରତାପ

ଧମା : କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବା ବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମଣ ରୋକିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ସହରରେ ତ ଚାରିଚକିଆ ଯାନରେ ବସି ସେମାନେ ଲୋକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳ ଓ ଅଗମ୍ୟ ପାହାଡ଼ିଆ ଅଞ୍ଚଳରେ ସେମାନଙ୍କୁ ପାଦ‌ରେ ମାଇଲ ମାଇଲ୍‌ ବାଟ ଚାଲିଚାଲି ଲୋକଙ୍କ ନିକଟରେ ପହଞ୍ଚିବା ଦେଖିବାକୁ ମିଳୁଛି। ସୋମବାର ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ ଅର୍ନ୍ତଗତ ପାହାଡ଼ିଆ ଜଙ୍ଗଲ ରଥିପଡ଼ାରେ ଜଣେ ଡାକ୍ତର ଏକୁଟିଆ ଚାଲି ଚାଲି ଯାଇ ଲୋକଙ୍କୁ ସଚେତନ କରାଇବା ସହ ବାହାରୁ ଆସି ରହିଥିବା ଶ୍ରମିକଶ୍ରେଣୀର ଲୋକଙ୍କୁ କ୍ବାରାଣ୍ଟିନ୍‌(ସଙ୍ଗରୋଧ)ରେ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା।

publive-image

ପଚାରିବା ପରେ ଜଣାପଡ଼ିଥିଲା ସେ ହେଉଛନ୍ତି ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆର୍‌ବିଏସ୍‌କେ ଡାକ୍ତର ପ୍ରତାପ କୁମାର ନାୟକ। ଡା. ନାୟକ ଏକୁଟିଆ ଚାଲିଚାଲି ଏହି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼ିଆ ଗ୍ରାମରେ ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କୁ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ କରାଉଛନ୍ତି। ଅନେକ ସମୟରେ ଆଶା ଓ ଅଙ୍ଗନୱାଡି ଦିଦିଙ୍କୁ ମଧ୍ୟ ସାଙ୍ଗରେ ନେଇ ଡା.ନାୟକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। କେବଳ ଯେ ଏହି କରୋନା ସ୍ଥିତି ନୁହେଁ ବରଂ ସାଧାରଣ ସମୟରେ ବି ଯେଉଁ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଯିବାକୁ କୁଣ୍ଠା‌ବୋଧ କରନ୍ତି ସେହି ଅଞ୍ଚଳରେ ଏବେ ଡା.ନାୟକ ଆଶା ଭରସା ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe