ଦୁର୍ଗମ ଗାଁଲୋକଙ୍କ କଠୋର ଶପଥ, ବାହାରକୁ କେହି ଯିବେନି କି ଆସିବେନି

Advertisment
ଦୁର୍ଗମ ଗାଁଲୋକଙ୍କ କଠୋର ଶପଥ, ବାହାରକୁ କେହି ଯିବେନି କି ଆସିବେନି

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ତରଙ୍ଗଡ଼ା ପଞ୍ଚାୟତର ଦେବଗିରି ପାହାଡ଼ ଉପରେ ଥିବା ୪ଟି ଗ୍ରାମରେ ପଶିପାରିନି କରୋନା। ଉପରତମୁସିଂ, ଉପରପାଙ୍ଗୁଡ଼ା, ତଳତାମୁସିଂ ଓ ତଳପାଙ୍ଗୁଡ଼ା ଗ୍ରାମରୁ ଗତବର୍ଷ ଓ ଚଳିତ ବର୍ଷ ମଧ୍ୟ ଜଣେ ହେଲେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି। ଏହାର କାରଣ ହେଲା ଗ୍ରାମବାସୀଙ୍କ ସଚେତନତା ଓ କଡ଼ା କଟକଣା ପାଳନ। ବ‌ର୍ଷେ ହେଲା ଗାଁରୁ ପଦାକୁ କେହି ଯାଇନାହାନ୍ତି, କି ବାହାରୁ କେହି ଗାଁକୁ ଆସିନାହାନ୍ତି। ଏଭଳି ଅଭିନବ ଓ ନିଷ୍ଠାର ସହ କଟକଣା ପାଳନ କରିବାର ସଂକଳ୍ପ ଯୋଗୁଁ ଏହି ଚାରିଟି ଗାଁ କରୋନାକୁ ପରାସ୍ତ କରିଛନ୍ତି।

ଏହି ଆଦିବାସୀ ଗାଁରେ ୫୦୦ ପରିବାର ବସବାସ କରୁଛନ୍ତି। ପାରଳାଖେମୁଣ୍ତି ଗୁମ୍ମା ରାସ୍ତାର ଆମ୍ବଝରୀ ଛକ ନିକଟରୁ ଡାହାଣ ପଟେ ୭ କିମି ପାଦଚଲା ରାସ୍ତା ପରେ ଏହି ଗ୍ରାମ ଗୁଡ଼ିକ ପଡ଼େ। ଭଲ ରାସ୍ତାଟିଏ ନଥିବା ଯୋଗୁଁ ପାଦଚଲା ରାସ୍ତା ହିଁ ଏମାନଙ୍କ ଭରସା। ପାହାଡ଼ ଚଢ଼ିବାକୁ ଦେଢ଼ ଘଣ୍ଟା ଲାଗୁଥିବା ବେଳେ ଓହ୍ଲାଇବାକୁ ହେଲେ ଏକ ଘଣ୍ଟା।

ଗ୍ରାମର ୱାର୍ଡ଼ସଭ୍ୟ ଦାଉଦ ମଣ୍ଡଳ କହନ୍ତି, ତାଙ୍କ ଅଞ୍ଚଳ ଦୁର୍ଗମ ଇଲାକାରେ ଅବସ୍ଥିତ। ତେଣୁ ସେଠାରେ କରୋନା ପହଂଚି ପାରିନି। ଉକ୍ତ ଗ୍ରାମ ଗୁଡ଼ିକରୁ କିଛି ଯୁବକ ସହରକୁ ଯାଉଛନ୍ତି ଏବଂ ଲକ୍‌ଡାଉନ୍‌ ସମୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ବିଷୟରେ ଅଧିକ ଜାଣିବା ପାଇଁ ଆମେ କଥା ହୋଇଥିଲୁ ଉକ୍ତ ଗ୍ରାମର ଏରସ୍ତ ଭୂୟାଁ, ମେରୀ ଭୂୟାଁ ଓ ବାସୁମତି ମଣ୍ତଳଙ୍କ ସହିତ। ସେମାନେ କରୋନା ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ବିଦ୍ୟୁତ୍ ସମସ୍ୟା ପାଇଁ ସେମାନେ ସବୁ ସମୟରେ ଟିଭି ଦେଖିବାର ସୁଯୋଗ ପାଇ ନଥାନ୍ତି ବୋଲି କହିଥିଲେ। ମୋବାଇଲ୍‌ ନେଟୱର୍କ ସେମାନଙ୍କ ପାଇଁ ସ୍ବପ୍ନ। ତଥାପି ସ୍ବଳ୍ପ ସୂଚନାରେ ଯେତିକି ସଚେତନ ହୋଇପାରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe