ଲୋକଗୀତ ମାଧ୍ୟମରେ କରୋନା ସଚେତନତା

ଲୋକଗୀତ ମାଧ୍ୟମରେ କରୋନା ସଚେତନତା

ହେମଗିର : ବହୁତ କିଛି କରି ନପାରିଲେ ବି ନିଜ ଶକ୍ତିମୁତାବକ ସମାଜ ଓ ଲୋକଙ୍କ ପାଇଁ କିଛି ହେଲେ କରିବାର ଇଚ୍ଛା ନେଇ ଘରୁ ପାଦ କାଢ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ୍‌ସ୍ଥ ଡୁଡୁକା ପଞ୍ଚାୟତ ସାରସମାଲ ଗାଁର ୬୪ ବର୍ଷ ବୟସ୍କ ହର୍ଷଚନ୍ଦ୍ର ନାଏକ। ପେସାରେ ଜଣେ ଚାଷୀ, ହର୍ଷଚନ୍ଦ୍ର ପିଲାଟି ବେଳୁ ଲୋକଗୀତ ଗାଇ ଆସୁଛନ୍ତି।

ଗାଁ ଆଖପାଖରେ ଜଣେ ଲୋକଗୀତ ଗାୟକ ଭାବେ ତାଙ୍କର କିଛିଟା ପରିଚୟ ମଧ୍ୟ ରହିଛି। କରୋନା ମହାମାରୀ ସମସ୍ତଙ୍କୁ ଆତଙ୍କିତ କରିଥିବା ସମୟରେ ସେ ଲୋକଗୀତ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସଚେତନାତାର ବାର୍ତ୍ତା ଦେଉଛନ୍ତି। ବର୍ତ୍ତମାନ ପ୍ରତିଦିନ ସକାଳୁ ନିଜର ଛୋଟିଆ ଗୋପୀଯନ୍ତ୍ରଟିକୁ ନେଇ ସେ ବାହାରି ପଡୁଛନ୍ତି ଘରୁ। ନିସ୍ବାର୍ଥ ଭାବେ ଗାଁ ଗାଁ ବୁଲି ସ୍ବଲିଖିତ ଗୀତ ଦ୍ବାରା ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କୁ ସେ କରୋନା ସଂପର୍କରେ ସଚେତନ କରିବାରେ ଲାଗିଛନ୍ତି। ନିଜ ଗୀତରେ ସେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ବନ୍ଧନ, ହାତ ଧୋଇବା, ବାହାରକୁ ନବାହାରିବା ଓ ହାତଯୋଡ଼ି ପରସ୍ପରକୁ ଅଭିବାଦନ ପ୍ରଦାନ କରିବା ଆଦି ଅନେକ କରୋନା ମୁକାବିଲା ବାର୍ତ୍ତା ପ୍ରଚାର କରୁଛନ୍ତି। ତାଙ୍କର ଏହି ଉଦ୍ୟମକୁ ହେମଗିର ଅଞ୍ଚଳରେ ଲୋକେ ଖୁବ୍ ପ୍ରଶଂସା କରିବା ସହ ତାଙ୍କୁ 'କରୋନା ଯୋଦ୍ଧା' ବୋଲି ଡାକୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe