ଲକ୍‌ଡାଉନ୍‌ ବେଳେ ଗାଁ ଲୋକ ଅଧିକ ସଚେତନ : ସଂକ୍ରମଣ ରୋକିବାକୁ ରାସ୍ତା ବନ୍ଦ କଲେ

ଲକ୍‌ଡାଉନ୍‌ ବେଳେ ଗାଁ ଲୋକ ଅଧିକ ସଚେତନ : ସଂକ୍ରମଣ ରୋକିବାକୁ ରାସ୍ତା ବନ୍ଦ କଲେ

ଯାଜପୁରସଦର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ତଥାପି ଅନେକ ସ୍ଥାନରେ ଲୋକେ ଅମାନିଆ ହୋଇ ବୁଲୁଛନ୍ତି। କୌଣସି କାମ ନଥିଲେ ମଧ୍ୟ ରାସ୍ତାଘାଟରେ ଭିଡ଼ ଜମାଉଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଚଇନପୁର ଗ୍ରାମରେ ମନକୁ ଖୁସି କଲାଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମବାସୀ ଏତେ ସଚେତନ ଯେ ନିଜେ ଘରେ ରହିବା ସହ ଗାଁ ଭିତରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଛନ୍ତି।

ଲୋକମାନେ ଚଇନପୁର ଗାଁର ପ୍ରବେଶ ପଥକୁ ବାଉଁଶ ଖୁଣ୍ଟ ବାନ୍ଧି ବନ୍ଦ କରିଦେବା ସହ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି। କୌଣସି ବାହାର ଲୋକ ଗାଁ ଭିତରକୁ ପ୍ରବେଶ କରିବେ ନାହିଁ କିମ୍ବା କେହି ଗାଁ ଲୋକ ବାହାରକୁ ନଯିବା ପାଇଁ ଏଥ‌ିରେ ଉଲ୍ଲେଖ କରାଯାଇଛି। ନିହାତି ଆବଶ୍ୟକ ପଡ଼ିଲେ ମୁହଁରେ ମାସ୍କ, ହାତରେ ଗ୍ଲୋଭସ୍ ପିନ୍ଧି ବାହାରକୁ ଯିବାକୁ ଗାଁ ଲୋକଙ୍କୁ କୁହାଯାଇଛି। ସେହିପରି ଗାଁ ଭିତରକୁ ପଶିଲେ ଗାଁ ମୁଣ୍ଡରେ ହାତ ଧୋଇ ଯିବାକୁ ପଡ଼ୁଛି। ଗ୍ରାମବାସୀଙ୍କ କରୋନା ସତର୍କତାମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe