ଏନ୍‌ଆଇଟି, ଆର୍‌ଏମ୍‌ସିରେ କରୋନା ବିସ୍ଫୋରଣ

Advertisment

ଏନ୍‌ଆଇଟି ୧୮୦, ଆର୍‌ଏମ୍‌ସିରେ ୫୨ ଆକ୍ରାନ୍ତ

ଏନ୍‌ଆଇଟି ୧୮୦, ଆର୍‌ଏମ୍‌ସିରେ ୫୨ ଆକ୍ରାନ୍ତ

ଏନ୍‌ଆଇଟି, ଆର୍‌ଏମ୍‌ସିରେ କରୋନା ବିସ୍ଫୋରଣ

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଓ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ଏବେ କରୋନା ବିସ୍ଫୋରଣ ଘଟିଛି। ଏନ୍‌ଆଇଟିରେ ଏବେ ସୁଦ୍ଧା ୧୮୦ ଜଣ ସଂକ୍ରମିତ ହୋଇସାରିଲେଣି। ସେହିଭଳି ଆର୍‌ଏମ୍‌ସିର ୫୨ ଜଣ କର୍ମଚାରୀ ସଂକ୍ରମିତ। ତେବେ ଉଭୟ ଏନ୍‌ଆଇଟି ଓ ଆର୍‌ଏମ୍‌ସିରେ ଆହୁରି ଅଧିକାଂଶ ଲୋକଙ୍କର ଟେଷ୍ଟ୍‌ କରାଯାଇନଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି।

publive-image
The Statesman

ଏନ୍‌ଆଇଟିରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏତେସଂଖ୍ୟକ ସଂକ୍ରମିତ ହେବା ନିଶ୍ଚିତଭାବେ ଚିନ୍ତାର ବିଷୟ। ପ୍ରାୟ ଦୁଇ ସପ୍ତାହ ପୂର୍ବେ ୨ ଜଣ ବି.ଟେକ୍‌ ଛାତ୍ର ଓ ଜଣେ ଏମ୍‌.ଟେକ୍‌ ଛାତ୍ରୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପଶ୍ଚିମବଙ୍ଗରୁ ଛୁଟି ସାରି ଫେରିଥିବା ଜଣେ ପ୍ରଫେସର ଓ ତାଙ୍କର ପରିବାରର ୭ ଜଣ ଆକ୍ରାନ୍ତ ହୋଇଥିଲେ। ପଶ୍ଚିମବଙ୍ଗ ଫେରନ୍ତା ପ୍ରଫେସରଙ୍କଠାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏହାପରେ ପାଖାପାଖି ଆହୁରି ୭୦ ଜଣ ସଂକ୍ରମିତ ହୋଇଥିଲେ। ତେବେ ଏନ୍‌ଆଇଟିରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍‌ ଆୟୋଜନ କରାଯାଇଥିଲା। ଗତ ୮ ଓ ୯ ତାରିଖରେ ଅନୁଷ୍ଠିତ କ୍ୟାମ୍ପ୍‌ରେ ପାଖାପାଖି ୫ଶହ ଜଣଙ୍କ ପରୀକ୍ଷା କରାଯାଇଥିଲା। ଏଥିରେ ୮ ତାରିଖରେ ୫୨ ଜଣ ଓ ୯ ତାରିଖରେ ୫୦ ଜଣ, ମୋଟ୍‌ ୧୦୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅର୍ଥାତ୍‌ ଏବେ ସୁଦ୍ଧା ଅନୁଷ୍ଠାନରେ ୧୮୦ ଜଣ ସଂକ୍ରମିତ ତହୋଇସାରିଲେଣି। ତେବେ ଆଜି କ୍ୟାମ୍ପସ୍‌ରେ ଟେଷ୍ଟ୍‌ କରାଯାଇନି। ଆଗାମୀ ଦିନରେ ଟେଷ୍ଟ୍‌ ହେଲେ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟିବା ଜଳଜଳ ହୋଇ ଦିଶୁଛି।

ସେହିଭଳି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କାର୍ଯ୍ୟାଳୟରେ ମଧ୍ୟ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଠାରେ ପୂର୍ବରୁ ୧୨ ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଏଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି କାର୍ଯ୍ୟାଳୟରେ ସ୍ବତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍‌ କରାଯାଇଥିଲା। ଏଥିରେ ୪୦ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଆସନ୍ତାକାଲି ମଧ୍ୟ ଏଠାରେ ଟେଷ୍ଟିଂ କରାଯିବବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe