ନବମ ଶ୍ରେଣୀ ଛାତ୍ରଙ୍କ ଭାଗ୍ୟ ବଦଳାଇ ଦେଲା କରୋନା: ୯ ମାସରେ ରୋଜଗାର ୧ କୋଟି!

Advertisment
ନବମ ଶ୍ରେଣୀ ଛାତ୍ରଙ୍କ ଭାଗ୍ୟ ବଦଳାଇ ଦେଲା କରୋନା: ୯ ମାସରେ ରୋଜଗାର ୧ କୋଟି!

ବାଲେଶ୍ବର: କରୋନା ମହାମାରୀ ସମୟରେ ନବମ ଶ୍ରେଣୀରେ ପଢୁଥିବା ବାଲେଶ୍ବରର ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ ନିଜ ବୁଦ୍ଧିର ଭରପୂର ସଦୁପଯୋଗ କରି ୯ ମାସରେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଅନ୍‌ଲାଇନ୍ ଟ୍ରେଡିଂରେ ପ୍ରଥମଥର ପାଇଁ ପାଦ ଥାପି ସଫଳତା ସାଉଁଟିଥିବା ଆୟୁଷ୍ମାନ୍ କିଛି ମ୍ୟାଜିକ୍ କରିନାହାନ୍ତି। କଠିନ ପରିଶ୍ରମ ଓ ବୁଦ୍ଧିର ଯେ ବିକଳ୍ପ ନାହିଁ, ଏହାକୁ ପ୍ରମାଣିତ କରିଛନ୍ତି।

ବାଲେଶ୍ବର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ। ସେଣ୍ଟ୍ ଥୋମାସ୍ କନଭେଣ୍ଟ୍ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ଆୟୁଷ୍ମାନ ଜଣେ ମେଧାବୀ ଛାତ୍ର। ଟିଭି ଚ୍ୟାନେଲରେ ଗୀତ ଗାଇବା ସମୟରେ ସଙ୍ଗୀତଜ୍ଞ ଶାନ୍ତନୁ ନାୟକ, ଗୁଡୁଲି ରଥ ଓ ସୁନ୍ଦର ରାୟଙ୍କ ପ୍ରେରଣା ତାଙ୍କୁ କିଛି ଅଲଗା କରିବାକୁ ଖୋରାକ୍ ଯୋଗାଇଥିଲା। କରୋନା ସମୟରେ ଅନ୍‌ଲାଇନ୍ ଟ୍ରେଡିଂ ମାଧ୍ୟମରେ ରୋଜଗାର କରିହେବ ବୋଲି ସେମାନଙ୍କଠାରୁ ଜାଣିବା ପରେ ତାଙ୍କ ମନରେ ଅନିସନ୍ଧିତ୍ସୁ ବଢ଼ିଥିଲା। ଏ ସଂକ୍ରାନ୍ତରେ ଇଣ୍ଟରନେଟ୍‌ରୁ କିଛି ଜ୍ଞାନ ଆହରଣ କରିବା ପରେ ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସ କଂପାନି କ୍ରାଉଡ୍-୧ ମାଧ୍ୟମରେ ସେ ଆରମ୍ଭ କରିଥିଲେ ଇ ଟ୍ରେଡିଂ। ଗତବର୍ଷ ଡିସେମ୍ବର ମାସରେ ବ୍ୟବସାୟରେ ପାଦ ଥାପି ମାତ୍ର ୯ ହଜାର ଟଙ୍କା ବିନିଯୋଗ କରିଥିବା ଆୟୁଷ୍ମାନ ୯ ମାସରେ କୋଟିଏ ଟଙ୍କା ରୋଜଗାର କରିଛନ୍ତି। ସବୁଠୁ ବଡ଼ କଥା ହେଲା, ତାଙ୍କ ମାଧ୍ୟମରେ ଓଡ଼ିଶା ସମେତ ବାହାର ରାଜ୍ୟର ୪ ହଜାର ୫୦୦ ଯୁବ ଗୋଷ୍ଠୀ ଏହି ନେଟ୍ ବ୍ୟବସାୟରେ ଯୋଡ଼ି ହୋଇଛନ୍ତି। ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଥିବା ଆୟୁଷ୍ମାନ ନିଜ ରୋଜଗାର ଅର୍ଥରୁ ଦୁଇଟି ଦାମୀ ଏସ୍‌ୟୁଭି କାର୍‌ କିଣି ବାପା, ମାଙ୍କୁ ଉପହାର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe