ରାଜ୍ୟରେ କରୋନା ହଜାରେ ଟପିଲା, ୨୩ ଦିନରେ ୯୦୦ ପଜିଟିଭ୍‌

Advertisment

୧୦୦ ନମୁନାରେ‌ ଜଣେ ଚିହ୍ନଟ, ମୃତ୍ୟୁହାର @ ୦.୫୭%

୧୦୦ ନମୁନାରେ‌ ଜଣେ ଚିହ୍ନଟ, ମୃତ୍ୟୁହାର @ ୦.୫୭%

ରାଜ୍ୟରେ କରୋନା ହଜାରେ ଟପିଲା, ୨୩ ଦିନରେ ୯୦୦ ପଜିଟିଭ୍‌

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଏକ ହଜାର ଟପିଛି। ଏହି ସଂଖ୍ୟା ପାଇଁ ରାଜ୍ୟରେ ୬୫ଦିନ ଲାଗିଛି। ତେବେ ୧ ହଜାର ମଧ୍ୟରୁ କେବଳ ୯୦୦ ‌ରୋଗୀଙ୍କୁ ମାତ୍ର ୨୩ ଦିନରେ ହିଁ ଚିହ୍ନଟ କରାଯାଇଛି। ଯାହାକି ରାଜ୍ୟରେ ବଢ଼ି ଚାଲିଥିବା କରୋନା ସଂଖ୍ୟାକୁ ଦର୍ଶାଉଛି। ରାଜ୍ୟରୁ ଏବେ ଲକ୍ଷାଧିକ ପ୍ରବାସୀ ଫେରିଥିବା ଓ ଆଗାମୀ ଦିନରେ ଆହୁରି ଫେରିବାର ସମ୍ଭାବନା ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ମାର୍ଚ ୧୫ତାରିଖରେ ରାଜଧାନୀରୁ ଚିହ୍ନଟ ହୋଇଥିଲା। ଏହା ପରଠାରୁ ରାଜ୍ୟରେ କରୋନା ସଂଖ୍ୟା ଶହେ ଛୁଇଁବା ଲାଗି ନେଇଥିଲା ୪୧ ଦିନ। ଏପ୍ରିଲ ୨୬ତାରିଖରେ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୩ ଅଙ୍କ ବିଶିଷ୍ଟ ହୋଇଥିଲା।

ମାତ୍ର ପରବର୍ତୀ ସମୟରେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଦିନେ କିମ୍ବା ଦୁଇଦିନ ଅନ୍ତରାଳରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ହୋଇଥିଲା। ବିଶେଷକରି ସୁରତ ଫେରନ୍ତାଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ କାରଣରୁ ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ଗଞ୍ଜାମ, ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା ଶହେର ନିକଟତର ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟକୁ ୫ଲକ୍ଷ ପ୍ରବାସୀ ଓଡ଼ିଆ ଫେରିବେ ବୋଲି ପଞ୍ଜୀକରଣ କରିଛନ୍ତି। ଏ ପର୍ଯ୍ୟନ୍ତ ୨ଲକ୍ଷ ୩ହଜାର ୨୨୦ଜଣ ରାଜ୍ୟକୁ ଫେରିଛନ୍ତି। ତେଣୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ ଅଧିକାଂଶ ରୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ହିଁ ଚିହ୍ନଟ କରାଯାଉଥିବାରୁ ରାଜ୍ୟବାସୀଙ୍କ ପାଇଁ ଏହା ସାମାନ୍ୟ ଆଶ୍ବସ୍ତି ଦେଇଛି।
ଅପରପକ୍ଷରେ ରାଜ୍ୟର ଏବେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟିଛି। ରାଜ୍ୟରେ ଏବେ ସୁଦ୍ଧା ୧୦୫୯୧୪ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୦୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୦୦ଟି କୋଭିଡ ନମୁନାରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। କିଛିଦିନ ପୂର୍ବରୁ ରାଜ୍ୟରେ ଏହା ୨୨୦ ରହିଥିଲା। ଅପରପକ୍ଷରେ ରାଜ୍ୟରେ କରୋନା ସୁସ୍ଥ ବ୍ୟକ୍ତିଙ୍କ ହାର ଜାତୀୟ ହାରଠାରୁ କମ୍ ରହିଛି। ଜାତୀୟ ସ୍ତରରେ ରୋଗୀଙ୍କ ସୁସ୍ଥ ହାର ୩୯.୬୨ ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି। ଏହାକୁ ଓଡ଼ିଶା ସହିତ ତୁଳନା କଲେ ସୁସ୍ଥ ହାର ରାଜ୍ୟରେ ୩୨.୬ ପ୍ରତିଶତ ହିସାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe