ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି କରୋନାଜନିତ ମୃତ୍ୟୁସଂଖ୍ୟା, ୨୬ ଛୁଇଁଲା

Advertisment

ଆଜି ୧୧୮ ନୂତନ ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଆଜି ୧୧୮ ନୂତନ ଆକ୍ରାନ୍ତ ଚିହ୍ନଟ, ୨ ମୃତ

ରାଜ୍ୟର ୧୨% କରୋନା ମୃତ୍ୟୁ ରାଜଧାନୀ‌ରେ

ବାରିପଦା : ଜିଲ୍ଲାରେ ବଢ଼ୁଛି କରୋନାଜନିତ ମୃତ୍ୟୁସଂଖ୍ୟା। ପ୍ରତିଦିନ କେହି ନା କେହି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟୁଛି। ଯାହାକି ଚିନ୍ତାର କାରଣ ହୋଇଛି। ରାଜ୍ୟସ୍ତରରେ ମଧ୍ୟ ମୟୂରଭଞ୍ଜ ସଂକ୍ରମଣ ଏବଂ ମୃତ୍ୟୁ କ୍ଷେତ୍ରରେ ଅଗ୍ରଣୀ ରହିଥିବା ଜଣାପଡ଼ିଛି। ଆଜି ୨ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥି ସହିତ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୬ ରହିଛି। ମାତ୍ର ହିସାବକୁ ଉଠିନଥିବା ଆହୁରି ଏକାଧିକ କରୋନାଜନିତ ମୃତକଙ୍କ ସୂଚୀ ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଚଳିତ ସେପ୍ଟେମ୍ବର ମାସରେ କେବଳ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଆଜି ଜିଲ୍ଲାରୁ ନୂତନ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୭୭୪କୁ ବୃଦ୍ଧି ପାଇଛି । ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬ ହଜାର ୩୪୮ ରହିଛି। ସକ୍ରିୟ ସଂଖ୍ୟା ୧ ହଜାର ୪୦୦ ରହିଛି। ଆଜି ଜିଲ୍ଲାରୁ ଜଣେ ୪୦ ବର୍ଷର ପୁରୁଷ ଓ ଅନ୍ୟ ଜଣେ ୭୦ ବର୍ଷିୟା ବୃଦ୍ଧା କରୋନାରେ ମୃତ୍ୟୁବରଣ କରିଥିବା ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe