ଆହୁରି ୪ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଲା

Advertisment
ଆହୁରି ୪ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣକ କରୋନା ଆକ୍ରାନ୍ତଙ୍କର ଅନ୍ୟ କ‌ାରଣରୁ ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, କରୋନାଜନିତ ମୃତ୍ୟୁ ଘଟିଥିବା ୪ ଜଣଙ୍କ ମଧ୍ୟରୁ ଗଞ୍ଜାମର ୫୭ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିଲା ଅନୁଗୁଳର ୬୬ ବର୍ଷିଅ ବ୍ୟକ୍ତିଙ୍କର ନ୍ୟୁରୋଏଣ୍ଡ୍ରୋକାଇନ୍‌ ଟ୍ୟୁମର୍‌ ରହିଥିଲା। ଗଞ୍ଜାମର ଅନ୍ୟ ଜଣେ ୬୦ ବର୍ଷିଅ ବ୍ୟକ୍ତିଙ୍କର କିଡ୍‌ନି ରୋଗ ଥିଲା ଓ ଗଜପତିର ୫୬ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ରହିଥିଲା।

ସେହିପରି ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ଦୁଇ ଜଣକ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୫୫ ବର୍ଷିଅ ବ୍ୟକ୍ତିଙ୍କର ସିଜର୍‌ ଡିଜ୍‌ଅର୍ଡର ଥିଲା ଓ ଯାଜପୁରର ୬୨ ବର୍ଷୀୟା ମହିଳା କର୍କଟ ଦ୍ବାରା ଆକ୍ରାନ୍ତ ଥିଲେ।

ନୂଆ ୭୧୮ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ।  ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe