ରାଜ୍ୟରେ ପୁଣି ୫ କରୋନା ଜନିତ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୫୯ ଛୁଇଁଲା

Advertisment
ରାଜ୍ୟରେ ପୁଣି ୫ କରୋନା ଜନିତ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୫୯ ଛୁଇଁଲା

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ବର ଜିଲ୍ଲାର ଥିବା ବେଳେ ଜଣେ ପୁରୀ ଜିଲ୍ଳାର ଅଛନ୍ତି। ସେହିଭଳି  ଜଣେ ଗଞ୍ଜାମ ଜିଲ୍ଲାର, ଜଣେ ଫୁଲବାଣୀ ଜିଲ୍ଳାର ଓ ଜଣେ ମାଲକାନଗିରି ଜିଲ୍ଳାର ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ଦିଆଯାଇଛି ।

ବ‌ାଲେଶ୍ବର ଜିଲ୍ଳାର ମୃତକଙ୍କ ବୟସ ୪୬। ତାଙ୍କର ପୂର୍ବରୁ ମଧୁମେହ ଥିଲା। ପୁରୀ ଜିଲ୍ଲାର ମୃତକ ଜଣକ ହେଉଛନ୍ତି ଜଣେ ମହିଳା। ତାଙ୍କ ବୟସ ୫୫। ଗଞ୍ଜ‌ାମ ଜିଲ୍ଲାର ମୃତ ମହିଳାଙ୍କ ବୟସ ୬୦ ଓ ତାଙ୍କର ପୂର୍ବରୁ ମଧୁମେହ ଥିଲା। ସେହିପରି ଫୁଲବାଣୀ ଜିଲ୍ଲାର ମୃତକଙ୍କ ବୟସ ୫୦। ସେ ପୂର୍ବରୁ ମଦ୍ୟପାନ କରି ଯତ୍କୃତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା।  ମାଲକାନଗିରିର ମୃତ ମହିଳାଙ୍କ ବୟସ ୬୨।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୮,୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୯୧୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe