କରୋନା ପ୍ରଭାବ: ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ଦରମାରେ ୭୦% କାଟ୍

Advertisment

ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ ପାଇବେ ଅଧା ଦରମା

ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ ପାଇବେ ଅଧା ଦରମା

ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାର୍ଯ୍ୟକାରୀ କରିବାକୁ ତତ୍ପରତା, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ସମ୍ମିଳନୀ ଆଜି

ଭୁବନେଶ୍ବର: କୋଭିଡ୍-୧୯ ପରିପ୍ରେକ୍ଷୀରେ ଅର୍ଥନୀତିରେ ଯେଉଁ ବଡ଼ ଧରଣର ସଙ୍କଟ ସୃଷ୍ଟି ହେବାକୁ ଯାଉଛି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଆର୍ଥିକ କଟକଣା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମାରେ ୭୦ ପ୍ରତିଶତ କାଟ୍ କରାଯାଇଛି। ଅର୍ଥାତ ଏବେ ସେମାନଙ୍କୁ ମୋଟ ଦରମାର ୩୦ ପ୍ରତିଶତ ଅର୍ଥରେ ଚଳିବାକୁ ହେବ। ପରବର୍ତୀ ସମୟରେ ଏହି ଦରମା ସେମାନଙ୍କୁ ସରକାର ଦେବେ। ତେବେ କେବେ ମିଳିବ, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଏହି ବର୍ଗରେ ସବୁ ପୌରସଂସ୍ଥା ଓ ପଞ୍ଚାୟତ ସମିତିର ନିର୍ବାଚିତ ପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ନିଗମର ଅଧ୍ୟକ୍ଷ ମଧ୍ୟ ଆସୁଛନ୍ତି। ଅର୍ଥାତ୍ ଏମାନଙ୍କ ପାଇଁ ୭୦% ଦରମା କାଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦେଶ ଆସିଛି। ଅନ୍ୟପକ୍ଷରେ ସର୍ବଭାରତୀୟ ସେବାର ଅଧିକାରୀ ଯଥା ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ଅଫିସରଙ୍କ କ୍ଷେତ୍ରରେ ୫୦% ଦରମା କାଟ୍ ନିଷ୍ପତ୍ତି ହୋଇଛି। ପରବର୍ତୀ ସମୟରେ ଏହି ଦରମା ଦିଆଯିବ ବୋଲି କୁହାଯାଇଛି। ତେଲେଙ୍ଗାନା ସରକାର ଏଭଳି ଏକ ଫର୍ମୁଲା ଲାଗୁ କରିଛନ୍ତି। ସେଠାରେ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯାଇଛି। ଏହାକୁ ଦେଖାଦେଖି ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ କି ନାହିଁ, ତାହା ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe