କରୋନା ସଂକ୍ରମଣ ଭୟ : ୩ କୁଇଣ୍ଟାଲ ମାଛ ପୋତିଦେଲା ପ୍ରଶାସନ

ସଙ୍ଗରୋଧରେ ୪ ପରିବାର

କରୋନା ସଂକ୍ରମଣ ଭୟ : ୩ କୁଇଣ୍ଟାଲ ମାଛ ପୋତିଦେଲା ପ୍ରଶାସନ

ଦଶରଥପୁର : ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତଙ୍କୁ ଆଣିଥିବା ଗାଡ଼ି ଠାବ ହେବା ପରେ ଗଦିରେ ଥିବା ପ୍ରାୟ ୩ କୁଇଣ୍ଟାଲ ମାଛକୁ ପ୍ରଶାସନ ପୋତି ଦେଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଚାରିଟି ପରିବାରକୁ ସଙ୍ଗରୋଧରେ ରଖାଯାଇଛି।

ଦଶରଥପୁର ବ୍ଲକ୍‌ ଥାଲକୁଡି ଗ୍ରାମର ମାଛ ବ୍ୟବସାୟୀଙ୍କ ଗାଡ଼ିରେ ଆକ୍ରାନ୍ତଙ୍କ ସମେତ ଆଉ ୨ ଜଣ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗ୍ରାମର ଜଣେ ପାଇପ ମିସ୍ତ୍ରୀ ଆସିଥିଲେ। ଖୋଳତାଡ଼ରୁ ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେବାପରେ ୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ୨ ସନ୍ଦିଗ୍ଧଙ୍କୁ ମଂଗଳପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ କ୍ବାରାଣ୍ଟିନରେ ରଖାଯାଇଛି। ଏହାସହିତ ଦୁଇ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ୍‌ କ୍ବାରାଣ୍ଟିନରେ ରଖାଯାଇଛି। ପାଲଟପୁର ପଞ୍ଚାୟତରର ମାଛ ବ୍ୟବସାୟୀଙ୍କ ଗାଡ଼ି ଚାଳକ ଏବଂ ଶଳାଙ୍କୁ ମଧ୍ୟ କ୍ବାରେଣ୍ଟିନରେ ରଖାଯାଇଥିବା ବିଡିଓ ନାରାୟଣ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ମଂଗଳପୁର ବଜାର ମହତାବ ଉଚ୍ଚବିଦ୍ୟାଳୟ ସମ୍ମୁଖ କମ୍ପ୍ଲେକ୍ସରେ ରହିଥିବା ମାଛ ଗଦିକୁ ବୁଧବାର ବିଳମ୍ବିତ ରାତିରେ ସିଲ କରାଯାଇଥିଲା। ବିଡିଓ ନାରାୟଣ ଚନ୍ଦ୍ର ନାୟକ, ମଂଗଳପୁର ଥାନା ଏଏସଆଇ ଏସକେ ସିଂ, ସ୍ଥାନୀୟ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକଙ୍କ ଉପସ୍ଥିତ ଥିଲେ। ଆଜି ପୂବାହ୍‌ଣରେ ବିଡିଓ, ତହସିଲଦାର, ଥାଲକୁଡି ସରପଞ୍ଚ ଏବଂ ମଂଗଳପୁର ସରପଞ୍ଚ ଶିଶିର କୁମାର ଧଳଙ୍କ ଉପସ୍ଥିତିରେ ଗଦିରେ ଗଚ୍ଛିତ ପ୍ରାୟ ୩ କୁଇଣ୍ଟାଲ ବିଭିନ୍ନ ପ୍ରକାରର ମାଛକୁ ମାଟି ଖୋଳି ପୋତି ଦିଆଯାଇଛି। ସଂଧ୍ୟାରେ ମାଛ ଗଦି ଥିବା ଅଞ୍ଚଳକୁ ବିଶୋଧନ କରାଯାଇଛି।

ପ୍ରକାଶଥାଉକି ୨୮ ତାରିଖ ବିଳମ୍ବିତ ରାତିରେ କୋଲକାତାରୁ ଏକ ଟାଟା ମେଜିକରେ ସାନତ୍ରିଲୋଚନପୁରର କରୋନା ଆକ୍ରାନ୍ତଙ୍କ ସହିତ ୧୭ ଜଣ ଆସିଥିବା ବେଳେ ଥାଲକୁଡି ବ୍ୟବସାୟୀଙ୍କ ମାଛ ଗାଡ଼ିରେ ୩ ଜଣ ଆସିଥିଲେ। ଏହି ୫୬ ନମ୍ବର ଆକ୍ରାନ୍ତଙ୍କ ସହିତ ଥାଲକୁଡି ଗ୍ରାମର ଜଣେ ଏବଂ ବିଂଝାରପୁର ଅଞ୍ଚଳର ଆଉ ଜଣେ ବ୍ୟକ୍ତି ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe