କରୋନା ଯୁଦ୍ଧର ଆଗଧାଡ଼ିର ମହିଳା, ଘରେ ବିଧବା ରୋଗୀଣା ମା କୁ ଛାଡ଼ି ଆସି ନିଜ କର୍ତବ୍ୟ କରୁଛନ୍ତି

Advertisment

ଘୁ.ଉଦୟଗିରି ଥାନାର, ଏସଆଇ କୌଶଲ୍ୟା ବେହେରା

ଘୁ.ଉଦୟଗିରି ଥାନାର, ଏସଆଇ କୌଶଲ୍ୟା ବେହେରା

 କରୋନା ଯୁଦ୍ଧର ଆଗଧାଡ଼ିର ମହିଳା, ଘରେ ବିଧବା ରୋଗୀଣା ମା କୁ ଛାଡ଼ି ଆସି ନିଜ କର୍ତବ୍ୟ କରୁଛନ୍ତି

ଘୁ.ଉଦୟଗିରି: କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ଘର ସଂସାର ପିଲା ଛୁଆଙ୍କୁ ଛାଡି ସମାଜ ପାଇଁ ନିଜ କର୍ତବ୍ୟ କରୁଥିବା ସମସ୍ତ ଯୋଦ୍ଧାଙ୍କୁ ସାରା ପୃଥିବୀ ବାସୀ ସଲାମ କରୁଛନ୍ତି।ସେମିତି ଏକ ଯୋଦ୍ଧା ହେଉଛନ୍ତି  ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ମହିଳା ଏସଆଇ କୌଶଲ୍ୟା ବେହେରା। ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ କରୋନା ପାଇଁ ସାରା ଅଂଚଳ ଘୁରି ବୁଲନ୍ତି। ଜଣେ କର୍ତବ୍ୟନିଷ୍ଠ ପୋଲିସ ଏସଆଇ ଭାବେ ସେ ବେଶ ପରିଚିତ। କରୋନା ସଚେତନତା ଅଭିଯାନ ସହ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଇ ସେ ସାରା ଅଂଚଳ ବୁଲି ନିଜ ଦାୟିତ୍ୱ ସହ ସଚେତନତା ଏବଂ ସାମଜିକ କାର୍ଯ୍ୟରେ ନିଜକୁ ସାମିଲ କରି ଗରିବଙ୍କୁ ଖାଦ୍ୟ ପାନୀୟ ବଣ୍ଟନ କରିଛନ୍ତି। ସେଇ ଭଳି ଲେଡି ସିଙ୍ଘମ ଭାବେ ସରାସହରରେ ପରିଚିତ ଏସଆଇ କୌଶଲ୍ୟା। ତାଙ୍କୁ ଦେଖି ବଦମାସ ମାନେ ଲୁଚିଯାଆନ୍ତି। କରୋନା ନିମନ୍ତେ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ଅମାନିଆକୁ ମାଡ଼ ମାରି ସାବାଡ଼ କରିଛନ୍ତି।

ଏସଆଇ କୌଶଲ୍ୟାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଧାରୋଶ୍ୟାମ ସୁନ୍ଦର ଗ୍ରାମରେ।ଘରେ ନିଜର ବିଧବା ରୋଗୀଣା ମା ସହ ସାନ ଦୁଇ ଭାଇ। ଘରର ସମ୍ପୂର୍ଣ ଭାର କୌଶଲ୍ୟାଙ୍କ ଉପରେ। ଚାରି ମାସ ହେଲା ଗାଁକୁ ଯାଇପାରିନାହାନ୍ତି, ସବୁ କ୍ଷେତ୍ରରେ ପାରଙ୍ଗମ କୌଶଲ୍ୟା କ୍ରୀଡ଼ାରେ ବେଶ ପାରଙ୍ଗମ। ପଢା ସମୟରେ ରାଜ୍ୟ ସ୍ଥାରୀୟ ସ୍ପୋର୍ଟସ ରେ ଭାଗ ନେଇ ସ୍ଵର୍ଣ ପଦକ ପାଇଥିଲେ। ଜିଲ୍ଲା ସ୍ଥାରୀୟ ପୋଲିସ କ୍ରୀଡ଼ାରେ ଭାଗ ନେଇ ଚଳିତ ବର୍ଷ ଚମ୍ପିୟାନ ହୋଇ ରାଜ୍ୟ ସ୍ଥାରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ବର୍ତ୍ତମାନ ଚାଲିଥିବା କରୋନା ଯୁଦ୍ଧରେ ଜଣେ ଦକ୍ଷ ଯୋଦ୍ଧା ଭାବେ ନିଜ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ମହିଳା ଏସଆଇଙ୍କ କାର୍ଯ୍ୟଦକ୍ଷତାର ଭୁୟସୀ ପ୍ରଶଂସା କରିଛନ୍ତି ଆହୁରି କହିଛନ୍ତି ୩୫୦କିମି ଦୂର ନିଜ ଗାଁ ରେ ନିଜ ବିଧବା ରୋଗୀଣା ମା, ଦୁଇ ସାନ ଭାଇଙ୍କୁ ଛାଡି ବିପଦ ସମୟରେ ଯେଉଁଭଳି ଭାବେ କାର୍ଯ୍ୟ କରିଚାଲିଛି ପ୍ରକୃତର ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe