Halifax News
କଣ୍ଟାମାଳ : କଣ୍ଟାମାଳ ବ୍ଲକରେ କରୋନାରେ ଆକ୍ରାନ୍ତ ହୋଇ ଗତ ୨ ଦିନରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରୁଣ୍ଡିମହୁଲ ଗ୍ରାମର ସନ୍ତୋଷ ସାହୁ (୪୭) ଓ ବୁଧବାର ଗବଯୋର ହାଇସ୍କୁଲର ଖେଳ ଶିକ୍ଷକ ବିରବଲ ଭୋଇ(୪୫)ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ବୁଧବାର ପୁଣି କଣ୍ଟାମାଳ ବ୍ଲକ ଅଂଚଳରୁ ସର୍ବାଧିକ ୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥିତିକୁ ଆହୁରି ସଙ୍ଗୀନ କରିଛି।
ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ ଦହ୍ୟା ଗ୍ରାମ, ଶଗଡା ପଞ୍ଚାୟତ କୁରୁମୁଣ୍ଡା ଗ୍ରାମ, ଶଗଡ଼ା ଗ୍ରାମ, ମନୁପାଲି ପଞ୍ଚାୟତ ଋଷିବନ୍ଧ ଗ୍ରାମ, ବିଳାସପୁର ପଂଚାୟତ ପାଣ୍ଡରିପଡା ଗ୍ରାମ, ଟିଲାଟିଙ୍ଗା ଗ୍ରାମ, କିରିକିଚିପାଲି ଗ୍ରାମ, ପଦରପଡା ଗ୍ରାମ, ଗୁଡଭେଲିପଦର ପଞ୍ଚାୟତ ପୁରୁଣାପାଣି ଗ୍ରାମ, ଡଙ୍ଗାଝୋଲ ଗ୍ରାମ, ମନମୁଣ୍ଡା ପଞ୍ଚାୟତ ନୁର୍ପା ଗ୍ରାମ, କପାସିରା ଗ୍ରାମ, ଖଟଖଟିଆ ପଞ୍ଚାୟତ ଦମାମୁଣ୍ଡା ଗ୍ରାମ, ଶୁଣ୍ଢିପଦର ପଞ୍ଚାୟତ ଧୁଙ୍ଗିଆ ପଦର ଗ୍ରାମ, ପଲସାଗୋରା ପଞ୍ଚାୟତ ଡେଙ୍ଗପଦର ଗ୍ରାମ, ରୁଣ୍ଡିମହୁଲ ପଞ୍ଚାୟତ ପଥରଖଣ୍ଡି ଗ୍ରାମ, ନାରାୟଣ ପ୍ରସାଦ ପଂଚାୟତ ସାନଅସୁର ଗ୍ରାମ, ଘଣ୍ଟାପଡା ପଞ୍ଚାୟତ ରେକଡୋଲ ଗ୍ରାମରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଣ୍ଟାମାଳ ବ୍ଲକ ଦପଲା ଗ୍ରାମ, ଜୟଦପୁର ଗ୍ରାମରୁ ୨ ଜଣ ଓ ଦପଲା ଗ୍ରାମରୁ ୨ ଜଣ ଲେଖାଏଁ, ଭାଲିଆପଦର ଗ୍ରାମ ଓ କଣ୍ଟାମାଳ ଗ୍ରାମରୁ ୩ ଜଣ ଲେଖାଏଁ, ବିଳାସପୁର୍ ଗ୍ରାମ ଓ ଶିମିଳି ପଦର ପଞ୍ଚାୟତ ଲୋକାପଡା ଗ୍ରାମରୁ ୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ସରକାର ବିବାହ ଆଦି କାର୍ଯ୍ୟରେ ୫୦ ଜଣ ଓ ମୃତାହ କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଯୋଗ ଦେବାକୁ ଗାଇଡ୍ଲାଇନ ପ୍ରସ୍ତୁତ କରିଛନ୍ତି। କଣ୍ଟାମାଳ ବ୍ଲକ ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି କାର୍ଯ୍ୟକ୍ରମ ମାନଙ୍କରେ ଶହ ଶହ ସଂଖ୍ୟାରେ ଲୋକେ ବିନା ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ ବିନା ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କଣ୍ଟାମାଳ ତସିଲଦାର ଅର୍ଜୁନ ପ୍ରଧାନଙ୍କୁ ଫୋନ କରିବାକୁ ଚାହିଁଲେ ମଧ୍ୟ ମୋବାଇଲକୁ କଲ ଡାଇଭର୍ଟ କରିଥିବାରୁ ସହଜରେ ଲାଗି ନଥାଏ। ଆହୁରି ମଧ୍ୟ ଆଜି ସିମିଳିପଦର ପଞ୍ଚାୟତ ପଥର୍ଲା ସାପ୍ତାହିକ ବଜାରରେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ଶହ ଶହ ସଂଖ୍ୟାରେ ଗ୍ରାହକ ସଉଦା କରୁଥିବା ଦେଖିବାକୁ ମିଳିଥିବା ବେଳେ ବେପାରୀ ମାନେ ସମସ୍ତେ କିନ୍ତୁ ମାସ୍କ ବ୍ୟବହାର କରିଥିଲେ। ଏପଟେ ହୁ ହୁ ହୋଇ ଏହି କରୋନା ବ୍ୟାପିବାରେ ଲାଗିଥିବା ବେଳେ ବ୍ଲକ ଓ ତହସିଲ କର୍ତ୍ତୃପକ୍ଷଙ୍କ ନିରବତା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Follow Us