ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ମୁହାଁ, କୋଭାକ୍ସିନ ଟିକାରେ ଆଣ୍ଟିବଡି ୨୫ଗୁଣ ବଢ଼ୁଛି

Advertisment
ପ୍ରିକସନ୍ ଡୋଜ୍ ଦେବାପାଇଁ କେନ୍ଦ୍ରକୁ ଚିଠି

IndiaToday

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ଶହ ନିକଟତର ହୋଇଛି। ଦୈନିକ ସଂକ୍ରମଣକୁ ବଢ଼ାଉଛନ୍ତି ଖୋର୍ଧା, କଟକ, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲା। ଅନ୍ୟ ଜିଲ୍ଲାମାନେ ମଧ୍ୟ ସଂକ୍ରମଣ ତାଲିକାରେ ଯୋଡ଼ି ହେଉଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬,୯୬୮ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୭୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ୨.୭୭ ପ୍ରତିଶତ। ତେବେ ଖୋର୍ଧ‌ା ଜିଲ୍ଲାରେ ସଂକ୍ରମଣ ହାର ୧୦.୬, ପୁରୀରେ ୮.୧ ଓ କଟକ ଜିଲ୍ଲାରେ ୭.୭ ପ୍ରତିଶତ ରହିଛି। ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ୁଥିଲେ ହେଁ, ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଥିବାରୁ ରାଜ୍ୟ ପାଇଁ ଆଶ୍ବସ୍ତିର ଖବର। ଆଜି ରାଜ୍ୟରେ ୨୦୪ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୨୨୮୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

‌ଅପରପକ୍ଷରେ ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ ହୋଇଥିବା ଅଧ୍ୟୟନ ଅନୁଯାୟୀ କୋଭାକ୍ସିନ୍ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ୨୫ ଗୁଣ ବଢ଼ୁଥିବା କୁହାଯାଇଛି। କୋଭିସିଲ୍‌ଡ କ୍ଷେତ୍ରରେ ଏହାର ୧୯ଗୁଣ ବୃଦ୍ଧି ପାଉଛି। ଗତବର୍ଷ ଜାନୁଆରି ମାସରୁ ଚଳିତବର୍ଷ ମାର୍ଚ ପର୍ଯ୍ୟନ୍ତ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ୬ଟି ବିଭିନ୍ନ ହସ୍ପିଟାଲର ୩୦୪ଜଣ ସ୍ବାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫୪ଜଣ କୋଭାକ୍ସିନ୍ ଓ ୧୫୦ଜଣ କୋଭସିଲ୍‌ଡ ଟିକା ନେଇଥିଲେ। ଟିକା ନେବାର ୧ମାସ ପରେ ସେମାନଙ୍କ ଶରୀରରେ କୋଭାକ୍ସିନ୍ ଟିକାର ସେରୋକନଭର୍ସନ୍ ହାର ୬୮.୩ ପ୍ରତିଶତ ଥିବା କୋଭିସିଲ୍‌ଡରେ ଏହା ୯୫.୮ ପ୍ରତିଶତ ରହିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe