କରୋନା ଆକ୍ରାନ୍ତଙ୍କ ପ୍ରତି ସମବେଦନା ପ୍ରଦର୍ଶନ କରନ୍ତୁ; ସନ୍ଦିଗ୍ଧଙ୍କୁ ‘ସୁପର ସ୍ପ୍ରେଡର’ ହେବାକୁ ଦିଅନ୍ତୁ ନାହିଁ: ବାଗଚୀ

Advertisment
କରୋନା ଆକ୍ରାନ୍ତଙ୍କ ପ୍ରତି ସମବେଦନା ପ୍ରଦର୍ଶନ କରନ୍ତୁ; ସନ୍ଦିଗ୍ଧଙ୍କୁ ‘ସୁପର ସ୍ପ୍ରେଡର’ ହେବାକୁ ଦିଅନ୍ତୁ ନାହିଁ: ବାଗଚୀ

ଭୁବନେଶ୍ୱର: ଆଜି ଦିନ ୩ଟା ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୧୦ଟି ନୋଭଲ କରୋନା ବା କୋଭିଡ୍‌-୧୯ ନମୁନାକୁ ପରୀକ୍ଷା କରା ଯାଇଥିିବା ବେଳେ ଏଥିମଧ୍ୟରୁ ୪ଟି ରିପୋର୍ଟ ପଜିଟିଭ୍‌ ଆସିଛି। ପଜିଟିଭ୍‌ ରିପୋର୍ଟ ଆସିଥିବା ୪ ଜଣ କରୋନା ରୋଗୀଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ। ତେବେ ଗତକାଲି ଚିହ୍ନଟ ହୋଇଥିବା ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଅଦ୍ୟାବଧି ଚିହ୍ନଟ କରାଯାଇ ପାରିଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ପାଇଁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଗତକାଲି ରାଜ୍ୟ ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟ ମଧ୍ୟକୁ ଆସବା ନେଇ ପଞ୍ଜିକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୪,୩୦୪ ଜଣ ଥିଲେ ବିଦେଶ ଫେରନ୍ତା। ହେଲେ, ଆଜି ଏମାନଙ୍କ ସଂଖ୍ୟା ୧୫,୦୪୫କୁ ବୃଦ୍ଧି ପାଇଛି ଆଉ ଏମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତି ୪,୩୩୨ ଜଣ। ଏମାନଙ୍କ ଉପରେ ରାଜ୍ୟ ସରକାର ବିଶେଷ ଦୃଷ୍ଟି ରଖଛନ୍ତି। ଏଥିସହ, ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କୁ ରାଜ୍ୟବାସୀ ସମବେଦନା ଦେଖାଇବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଭାବ ପୋଷଣ କରିବାର ଆବଶ୍ୟତା ରହିଛି। କାରଣ, ବିଶ୍ୱର ଚିତ୍ରପଟକୁ ଦେଖିଲେ ଏକଥା ସ୍ପଷ୍ଟ ଓ ପ୍ରମାଣିତ ଯେ କରୋନା ଜାତି, ଧର୍ମ, ବର୍ଣ୍ଣ, ପଦ, ଧନୀ, ନିର୍ଧନୀ ନିର୍ବେଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ। ତେଣୁ, ଆମେ ଯଦି କରୋନା ଆକ୍ରାନ୍ତଙ୍କୁ ବାସନ୍ଦ ଦୃଷ୍ଟିରେ ଦେଖିବା ଓ କରୋନାକୁ ଏକ ସାମାଜିକ କଳଙ୍କ ରୂପେ ବିବେଚନା କରିବା ତେବେ ଏହା ଆମ ସମସ୍ତଙ୍କ ପାଇଁ କ୍ଷତିକାରକ ହେବ। କାରଣ, ଭୟରେ ସନ୍ଦିଗ୍ଧମାନେ ଆଉ କୌଣସି ପ୍ରକାରର ସୂଚନା ଦେବାକୁ ଡରିବେ ଓ ସମାଜ ଭିତରେ ଆତ୍ମଗୋପନ କରି ଏହି ସଂକ୍ରାମକ ରୋଗକୁ ଆହୁରି ବ୍ୟାପିବାକୁ ଦେବାରେ ସହାୟକ ହେବା ସହ ‘ସୁପର ସ୍ପ୍ରେଡର’ ରୂପେ କାର୍ଯ୍ୟ କରିବେ।

publive-image

ଏଥିସହ ଦେଶ ଓ ବିଶ୍ୱ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଯେ ଭାରତରେ ଗତକାଲି ସୁଦ୍ଧା ୧୨୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏମାନଙ୍କ ସଂଖ୍ୟା ୧୬୮୧ (ଦିନ ଟା ସୁଦ୍ଧା)କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗତକାଲି ସୁଦ୍ଧା କରୋନାରେ ମୃତକଙ୍କ ସଂଖ୍ୟା ୩୨ ଥିବା ବେଳେ ଆଜି ଏହା ୪୫କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ସୁଦ୍ଧା ବିଶ୍ୱର ୨୦୦ ରାଷ୍ଟ୍ର କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୦୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୮୯,୯୩୬ ରହଥିବା ବେଳେ ଆଜି ଏହା ୮,୬୨,୪୯୫କୁ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ଗତକାଲି ସୁଦ୍ଧା ମୃତକଙ୍କ ସଂଖ୍ୟା ୩୮,୧୦୩ ଥିବା ବେଳେ ଆଜି ଏହା ୪୨.୫୧୦କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe