ଏପଟେ ସ˚କ୍ରମଣ, ସେପଟେ ତାଲିମ୍‌; ୪ ଜଣ ଆକ୍ରାନ୍ତ, ଆଶଙ୍କାରେ ୧୭୦ ପୁଲିସ

Advertisment
ଏପଟେ ସ˚କ୍ରମଣ, ସେପଟେ ତାଲିମ୍‌; ୪ ଜଣ ଆକ୍ରାନ୍ତ, ଆଶଙ୍କାରେ ୧୭୦ ପୁଲିସ

YouTube

କଟକ : ଷଷ୍ଠ ବାଟାଲିଅନ୍‌ରେ ଚାଲିଥିବା ପୁଲିସ ବ୍ୟାଣ୍ତ ତାଲିମ୍‌ କାର୍ଯ୍ୟକ୍ରମରେ ୪ ଜଣ ପୁଲିସ କରୋନା ପଜିଟିଭ୍‌ ଚିହ୍ନଟ ହୋହଇସାରିଲେଣି। ତଥାପି ଟ୍ରେନି˚ ବନ୍ଦ କରାଯାଉନାହିଁ। ଦୈନିକ ଟ୍ରେନି˚ କାର୍ଯ୍ୟକ୍ରମ ଜାରି ରହିଛି। ଫଳରେ, ୧୭୦ ଜଣ ପୁଲିସ୍‌ କର୍ମଚାରୀ ଏବେ ଆଶଙ୍କା ଭିତର ଦେଇ ଗତି କରୁଛନ୍ତି। ଷଷ୍ଠ ବାଟାଲିଅନ୍‌ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ପୁଲିସ ମହଲରେ ବି ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ରାଜ୍ୟ ସମସ୍ତ ଜିଲ୍ଲାର ମୋଟ ୧୭୦ ଜଣ ପୁଲିସ କନଷ୍ଟେବଳଙ୍କୁ ନେଇ ଓଏମ୍‌ପି ଷଷ୍ଠ ବାଟାଲିଅନ୍‌ରେ ବ୍ୟାଣ୍ତ ତାଲିମ୍‌ ଦିଆଯାଉଛି। ଗଲା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ୍‌ ଆସନ୍ତା ଜୁନ୍‌ ପ୍ରଥମ ସପ୍ତାହରେ ଶେଷ ହେବାରୁ ଧାର୍ଯ୍ୟ ହୋଇଛି। ଏବେ ରାଜ୍ୟରେ କୋଭିଡ୍‌ ସ୍ଥିତି ଭୟଙ୍କର ହେବାକୁ ବସିଥିବାବେଳେ କଟକରେ ବି ସ୍ଥିତି ସ˚ଗିନ। ଏଭଳି ପରିସ୍ଥିତିରେ ତାଲିମ୍‌ କାର୍ଯ୍ୟକ୍ରମ ଜାରି ରଖିବାକୁ ନେଇ ପୁଲିସ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ଗଲା ଏକ ସପ୍ତାହ ଭିତରେ ତାଲିମ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରାୟ ୪ ଜଣ ପୁଲିସ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ଏମାନଙ୍କ ଭିତରେ ଦୁଇଜଣ ପୁଲିସ କର୍ମଚାରୀ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। କୋଭିଡ୍‌ ରୋଗୀ ଚିହ୍ନଟ ସତ୍ତ୍ବେ ପୂର୍ବଭଳି ଶନିବାର ଓ ରବିବାରକୁ ବାଦ୍‌ ଦେଲେ ଅନ୍ୟ ଦିନଗୁଡ଼ିରେ ସକାଳ ୮ଟାରୁ ୧୦ଟା ଏବ˚ ଅପରାହ୍ନରେ ୩ଟା ୩୦ରୁ ସନ୍ଧ୍ୟାଯାଏ ଦୁଇଟି ପର୍ଯ୍ୟାୟର ତାଲିମ ଦିଆଯାଉଛି। ତାଲିମ୍‌ କେନ୍ଦ୍ରରେ ସାମାଜିକ ଦୂରତା ଓ କୋଭିଡ୍‌ ନିୟମ ବାରମ୍ବାର ଖିଲାପ ହେଉଥିବା ବେଳେ ଗଞ୍ଜାମର ଦୁଇ ପୁଲିସ କର୍ମଚାରୀ କୋଭିଡ୍‌ ଚିହ୍ନଟ ହେବାରୁ ଆତଙ୍କ ସୃଷ୍ଟି ହୋଇଛି।

ଗଲାବର୍ଷ ଭଳି ଷଷ୍ଠ ବାଟାଲିଅନ୍‌ରେ ଯେଭଳି ସ˚କ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଥିଲା, ଏବେ ବି ସମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ତୁରନ୍ତ ତାଲିମ୍‌ କାର୍ଯ୍ୟକ୍ରମ ବାତିଲ୍‌ କରିବାକୁ ତାଲିମ୍‌ ନେଉଥିବା ପୁଲିସ କର୍ମଚାରୀମାନେ ଦାବି କରୁଛନ୍ତି। ବାହାରେ ସାମାଜିକ ଦୂରତା ଭାଙ୍ଗିବା ଅଭିଯୋଗରେ ପୁଲିସ ଚଢ଼ଉ ଓ ଜରିମାନା ଆଦାୟ କରୁଥିବାବେଳେ ନିଜ ବିଭାଗରେ ସ˚କ୍ରମଣ ବାଣ୍ଟିବା ପାଇଁ ଖୋଲା ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ ସେ ନେଇ ପ୍ରଶ୍ନ ଉଠିଛି।

ଷଷ୍ଠ ବାଟାଲିଅନ୍‌ କମାଣ୍ତାଣ୍ଟ୍‌ ବିଜୟ କୁମାର ପ୍ରଧାନଙ୍କୁ ଏଭଳି ଘଟଣା ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe