ସମ୍ବଲପୁରରେ ଦ୍ରୁତ ସଂକ୍ରମଣ, ଚିହ୍ନଟ ହେଲେ ଆଉ ୫୫୩ ସଂକ୍ରମିତ

ଖସୁଛି ସଂକ୍ରମଣ, ରେଡ୍ ଜୋନ୍‌ରେ ୪ ଜିଲ୍ଲା

Anadolu Agency

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । କରୋନା ସଂକ୍ରମଣ ଉପରମୁହାଁ ହେଉଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଥିବାବେଳେ ପ୍ରଶାସନର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଶନିବାର ଜିଲ୍ଲାରେ ଆଉ ୫୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୯୪୯କୁ ବୃଦ୍ଧି ପାଇଛି।

୫୫୩ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୨୬୩ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଲକଗୁଡ଼ିକରୁ ୨୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସ୍‌ଏମ୍‌ସି ଅଧୀନରେ ବୁର୍ଲା ଅଞ୍ଚଳରୁ ସର୍ବାଧିକ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ରେଙ୍ଗାଲି ବ୍ଲକରୁ ସର୍ବାଧିକ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରେଢ଼ାଖୋଲରୁ ୪୭ ଜଣ, ବାମରାରୁ ୪୨ ଜଣ, କୁଚିଣ୍ଡାରୁ ୩୬ ଜଣ, ମାନେଶ୍ବର ଓ ଧନକଉଡ଼ାରୁ ୩୦ ଜଣ ଲେଖାଏଁ, ଜମନକିରାରୁ ୨୬ ଜଣ, ଯୁଯୁମୁରାରୁ ୧୪ ଜଣ ଏବଂ ନାକଟିଦେଉଳରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହେଲେଣି ୧୭ ହଜାର
ଶନିବାର ଜିଲ୍ଲାରେ ଆଉ ୪୫୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ସୁସ୍ଥ ହୋଇଥିବା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ପାର୍‌ କରିଛି। ଶନିବାର ସୁସ୍ଥ ହୋଇଥିବା ୪୫୮ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୭୩୧୧ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ୪୫୫୩ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe