କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଜୀବନ ହାରିଲେ ଅଧ୍ୟାପକ

Advertisment
 କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଜୀବନ ହାରିଲେ ଅଧ୍ୟାପକ

Image Courtesy of Sambad English

ବଲାଙ୍ଗୀର: ମାରାତ୍ମକ କରୋନାଭାଇରସ୍ ଦ୍ବାରା ସଂକ୍ରମଣ ହେବା ଆଶଙ୍କାରେ ଜଣେ ବଲାଙ୍ଗୀରର ଜଣେ ଅଧ୍ୟାପକ ଜୀବନ ହରାଇଥିବା କୁହାଯାଉଛି।

ମୃତ ଅଧ୍ୟାପକ ହେଉଛନ୍ତି ରାଜେନ୍ଦ୍ର ସ୍ବଂୟଶାସିତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ। ଗତ ତିନି ବର୍ଷ ହେବ ସେ ଏକ ଭଡ଼ା ଘରେ ପତ୍ନୀ ଓ ପିଲାମାନଙ୍କୁ ନେଇ ରହୁଥିଲେ।

ଜଣାପଡ଼ିଛି ଯେ ଅଧ୍ୟାପକ ସାହୁ ମଧୁମେହରେ ଆକ୍ରାନ୍ତ ଥିଲେ ଏବଂ ଦୁଇ ଦିନ ହେବ ତାଙ୍କୁ ଥଣ୍ଡା ଧରିଥିଲା। କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଯାଇଥିବା ଆଶଙ୍କା କରି ‌ଗତରାତିରେ ସେ ପୃଥକ୍ କୋଠରିରେ ଶୋଇଥିଲେ। ପାହାନ୍ତ ପହର ପୂର୍ବରୁ ତାଙ୍କୁ କୋଠରିର ସିଲିଂରେ ଝୁଲିଥିବାର ଦେଖାଯାଇଥିଲା।

ଘର ମାଲିକ ଖୁଜେନପାଲି ହୋମିଓପାଥି ମେଡିକାଲ୍ ଅଫିସର୍‌ ଡକ୍ଟର ଅଶୋକ କୁମାର ସେଠୀ କହନ୍ତି ‌ଯେ, ସେ ତାଙ୍କୁ କୋଭିଡ୍-୧୯ ପରୀକ୍ଷା କରାଇବାକୁ ପରମର୍ଶ ଦେଇଥିଲେ, କିନ୍ତୁ ମଧୁମେହ ହୋଇଥିବାରୁ ଯଦି ତାଙ୍କର ନମୁନା ପଜିଟିଭ୍ ବାହାରେ ସେ ଭଲ ହେବେନାହିଁ ଭାବି ଛାନିଆ ହୋଇ ଯାଇଥିଲେ।

ରାତି ପ୍ରାୟ ୩. ୩୦ରେ ପିଲାଛୁଆଙ୍କୁ ଧରି ତାଙ୍କ ପତ୍ନୀ ମୋ କବାଟ ଠକ ଠକ କରି ଆତ୍ମହତ୍ୟା କଥା କହିଲେ। ମୁଁ ଧାଇଁ ଯାଇ ଦେଖିଲି,  ସେ ସିଲିଂରେ ଝୁଲିଛନ୍ତି ଓ ତାଙ୍କ ଦେହ ସାରା ରକ୍ତ ଲାଗିଛି। ମୁଁ ତୁରନ୍ତ ପୁଲିସକୁ ଫୋନ୍ କଲି।

ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe