ଏବେ ସଂକ୍ରମଣର ଦ୍ୱିଗୁଣିତ ହେବା ସମୟ କମିଛି, କିନ୍ତୁ ସତର୍କ ରହିବା ଜରୁରୀ: ନିରଞ୍ଜନ ମିଶ୍ର

ଏବେ ସଂକ୍ରମଣର ଦ୍ୱିଗୁଣିତ ହେବା ସମୟ କମିଛି, କିନ୍ତୁ ସତର୍କ ରହିବା ଜରୁରୀ: ନିରଞ୍ଜନ ମିଶ୍ର

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ବଢ଼ୁଥିବା କରୋନା ସଂକ୍ରମଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସଂକ୍ରମଣ ବଢ଼ାଉଥିବା ବେଳେ ଏକ ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସିଛି। ଏବେ ସଂକ୍ରମଣର ଦ୍ୱିଗୁଣିତ ହେବା ସମୟ କମିଥିବା ସହ ଅଭିବୃଦ୍ଧି ହାର ବି କମିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୭୫ ହଜାର ସକ୍ରିୟ ସଂକ୍ରମିତ ଥିବା ବେଳେ ମାତ୍ର ୧୨୦୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନାହିଁ। ଟ୍ରେଣ୍ଡ ଆକଳନ ପାଇଁ ଏହି ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦିତୀୟ ଲହର ଭଳି ଖୋର୍ଦ୍ଧା ଓ ସୁନ୍ଦରଗଡରେ ସଂକ୍ରମଣ ଅଧିକ ରହୁଛି। ଆରଟି-ପିସିଆର କିଟ୍ ପରି ଓମିସ୍ୟୁର କିଟ୍ ସବୁ ଜିଲ୍ଲାକୁ ବଣ୍ଟାଯିବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବା ସହ ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe