ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ୁଛି

Advertisment

୫ଜିଲ୍ଲାରେ ଟିପିଆର୍‌ ୧% ଉପରେ, ଆଉ ୧୩୧ ପିଲା ଆକ୍ରାନ୍ତ

୫ଜିଲ୍ଲାରେ ଟିପିଆର୍‌ ୧% ଉପରେ, ଆଉ ୧୩୧ ପିଲା ଆକ୍ରାନ୍ତ

ସମ୍ବଲପୁରରେ ପୁଣି ଉପରମୁହାଁ କରୋନା ଗ୍ରାଫ୍‌

ejot.com

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍‌ (ଟିପିଆର୍‌) ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଟିପିଆର୍‌ ୧% ତଳେ ରହୁଥିବା ବେଳେ ଆଜି ୫ଟି ଜିଲ୍ଲାରେ ଏହା ୧% ଉପରେ ରହିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଶନିବାର ସାରା ରାଜ୍ୟରେ ୭୨୪୧୨ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୮୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଟିପିଆର୍‌ ୧.୧୧% ରହିଛି। ହେଲେ ଅଧିକାଂଶ ଦିନ ଟିପିଆର୍‌ ଶୂନ ରହୁଥିବା ଦେବଗଡ଼ରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଶନିବାର ଏଠାରେ ୪୬୮ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍‌ ୧.୦୭% ରହିଛି। ସେହିପରି ଖୋର୍ଦ୍ଧାରେ ଟିପିଆର୍‌ ୨.୪୩%, କଟକରେ ୨.୦୯%, କେନ୍ଦ୍ରାପଡ଼ାରେ ୧.୫୩%, ମୟୂରଭଞ୍ଜରେ ୧.୫୭% ରହିଛି।

ଅପରପକ୍ଷେ ବଲାଙ୍ଗୀରରେ ୧୯୦୨ଜଣ, କଳାହାଣ୍ଡିରେ ୧୩୮୦ ଜଣ, କନ୍ଧମାଳରେ ୧୨୧୭ଜଣ, ନୂଆପଡ଼ାରେ ୯୧୦ଜଣ, ସୋନପୁରରେ ୧୦୦୮ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଅଧିକାଂଶ ଜିଲ୍ଲାରେ ଟିପିଆର୍‌ ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ଆଜି ୮୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୬୩ଜଣ ସୁସ୍ଥ ଏବଂ ୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସେହିପରି ଆଜି ୧୩୧ଜଣ ୧୮ବର୍ଷରୁ କମ୍‌ ପିଲା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ୮୫୨୩୮ଜଣ ୧୮ବର୍ଷରୁ କମ୍‌ ପିଲା ଏବେ ସୁଦ୍ଧା କରୋନା ଆକ୍ରାନ୍ତ ହେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe