ପଶ୍ଚିମ ଓଡ଼ିଶାରେ ବଢ଼ୁଛି କରୋନା

Advertisment
ରାଜ୍ୟରେ କରୋନା ଗ୍ରାଫ୍‌ ପୁଣିଥରେ ଉପରମୁହାଁ: ଦିନକରେ ୭୭% ବଢ଼ିଲା ଦୈନିକ ସଂକ୍ରମଣ

sciencefocus.com

ସମ୍ବଲପୁର : ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇସାରିଥିବା କହାଯାଉଛି। ଏହି ଲହରରେ ସଂକ୍ରମଣ ହାର ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାର ଟିପିଆର୍‌(ଟେଷ୍ଟ ପଜିଟିଭ୍‌ ରେସିଓ) ୧୦ ଉପରେ ରହିଛି। ଅର୍ଥାତ ଟେଷ୍ଟ କରୁଥିବା ପ୍ରତି ୧୦୦ ଜଣଙ୍କରେ ୧୦ରୁ ଅଧିକ ସଂକ୍ରମିତ ଏହି ୩ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାର ଟିପିଆର୍‌ସାରା ରାଜ୍ୟରେ ସର୍ବାଧିକ ରହିଛି। ବୁଧବାର ସମ୍ବଲପୁର ଜିଲ୍ଲାରେ ୨୪୩ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଗୁରୁବାର ସୂଚନା ଦିଆଯାଇଛି। ଏହା ଅନୁଯାୟୀ, ଗୁରୁବାର ସମ୍ବଲପୁରର ଟିପିଆର୍‌ ୨୮.୮୧ ରହିଛି। ସମ୍ବଲପୁର ବ୍ୟତୀତ ସୁବର୍ଣ୍ଣପୁରର ଟିପିଆର୍‌ ୧୩.୭୨ ଓ ବୌଦ୍ଧର ଟିପିଆର୍‌ ୧୧.୧୧ ରହିଛି।

ବୁଧବାର ବରଗଡ଼ରେ ୩୪୮ ଜଣଙ୍କର କୋଭିଡ୍‌ ଚେଷ୍ଟ ହୋଇଥିବା ବେଳେ ୧୨ ଜଣ ଚିହ୍ନଟ ହୋଇଥିଲେ। ସେଭଳି ବଲାଙ୍ଗୀରରେ ଟେଷ୍ଟ ହୋଇଥିବା ୪୫୭ ଜଣଙ୍କ ମଧ୍ୟରୁ ୧୫ ଜଣ, ବୌଦ୍ଧର ୧୪୪ ଜଣଙ୍କ ମଧ୍ୟରୁ ୧୬ ଜଣ, ଦେବଗଡ଼ର ୩୫୫ ଜଣଙ୍କ ମଧ୍ୟରୁ ୩ ଜଣ, ଜାରସୁଗୁଡ଼ାର ୧୦୦୯ ଜଣଙ୍କ ମଧ୍ୟରୁ ୩୩ ଜଣ, କଳାହାଣ୍ଡିର ୭୨୦ ଜଣଙ୍କ ମଧ୍ୟରୁ ୬ ଜଣ, ସୁବର୍ଣ୍ଣପୁରର ୩୭୯ ଜଣଙ୍କ ମଧ୍ୟରୁ ୫୨ ଜଣ ଏବଂ ସୁନ୍ଦରଗଡ଼ର ୨୧୫୧ ଜଣଙ୍କ ମଧ୍ୟରୁ ୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବୁଧବାର ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି କୋଭିଡ୍‌ ଟେଷ୍ଟ ହୋଇ ନାହିଁ।

ବଢ଼ୁଛି ଚିକିତ୍ସାଧୀନଙ୍କ ସଂଖ୍ୟା
ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ସହ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଚିକିତ୍ସାଧୀନ ଥିବା ସଂକ୍ରମିତଙ୍କ ସଂଖ୍ୟା ଇତି ମଧ୍ୟରେ ୩ ଶହ ପାର୍‌ କରିଛି। ପଶ୍ଚିମ ଓଡ଼ିଶାର ବୌଦ୍ଧରେ ୫୦ ଜଣ, ବଲାଙ୍ଗୀରରେ ୬୪ ଜଣ, ବୌଦ୍ଧରେ ୭୦ ଜଣ, ଦେବଗଡ଼ରେ ୨୭ ଜଣ, ଝାରସୁଗୁଡ଼ାରେ ୮୭ ଜଣ, କଳାହାଣ୍ଡିରେ ୬୮ ଜଣ, ନୂଆପଡ଼ାରେ ୪୬ ଜଣ, ସମ୍ବଲପୁରରେ ୩୨୭ ଜଣ, ସୁବର୍ଣ୍ଣପୁରରେ ୨୩୪ ଜଣ ଏବଂ ସୁନ୍ଦରଗଡ଼ରେ ୩୯୯ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe