ବଢୁଛି ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ: ୨୬ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଧୀରେ ଧୀରେ ବଢ଼ିବାରେ ଲାଗିଛି ରାଜ୍ୟରେ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ। ୦-୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୪ ଜଣ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମଣ ସଂଖ୍ୟା ୧୨୮୯୬୦୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୨୭୯୭୯୪ ଓ ଏବେ ବି ସକ୍ରିୟ ଅଛନ୍ତି ୬୨୯ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୫ଟି ଜିଳ୍ଲାରେ ସଂକ୍ରମଣ ନାହିଁ। ଖୋର୍ଦ୍ଧା ଜିଲ୍ଳରୁ ସର୍ବାଧିକ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୮ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୩୨ ଜଣ, ଜଗତ୍‌ସିଂହପୁରରୁ ୩ ଜଣ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ୍‌ପୁଲ୍‌ ୧୫ ଜଣ ସଂକ୍ରମିତ ଚିହ୍ନଟ ‌ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe