କରୋନା କାରୁଣ୍ୟ: ମରିଯାଇଛି ମାନବିକତା, ୫ ଦିନ ଭିତରେ ଚାଲିଗଲେ ବାପ-ପୁଅ

Advertisment

୨୪ ଘଣ୍ଟା ଘରେ ପଡ଼ି ରହିଲା ଶବ, ମା’-ଝିଅ ହସପିଟାଲ୍‌ରେ ଭର୍ତ୍ତି, ପ୍ରଶାସନ କି ସରପଞ୍ଚ ଶୁଣିଲେନି

୨୪ ଘଣ୍ଟା ଘରେ ପଡ଼ି ରହିଲା ଶବ, ମା’-ଝିଅ ହସପିଟାଲ୍‌ରେ ଭର୍ତ୍ତି, ପ୍ରଶାସନ କି ସରପଞ୍ଚ ଶୁଣିଲେନି

କରୋନା କାରୁଣ୍ୟ: ମରିଯାଇଛି ମାନବିକତା, ୫ ଦିନ ଭିତରେ ଚାଲିଗଲେ ବାପ-ପୁଅ

ବରଗଡ଼/ପଦ୍ମପୁର : କରୋନାର ପୁଣି ଏକ କାରୁଣ୍ୟ। କରୋନା କିଭଳି ଗୋଟିଏ ପରିବାରକୁ ଛିନ୍‌ଭିନ୍‌ କରି ଦେଇଛି ଏବଂ ଉକ୍ତ ପରିବାରକୁ ସ୍ଥାନୀୟ ଲୋକେ ତ ଦୂରର କଥା, ପ୍ରଶାସନ ବି ସହାୟତାର ହାତ ବଢ଼ାଇଲାନି, ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘନାମାଲ ଗାଁରେ।

ଗତ ୧୬ ତାରିଖ ଉକ୍ତ ଗାଁର ୩୬ ବର୍ଷୀୟ ଯୁଗଳ ସାହୁଙ୍କ କରୋନାରେ ଜୀବନ ଚାଲିଗଲା। ଏହି ଦୁଃଖଦ ଘଟଣାରୁ ନିଜକୁ ସମ୍ଭାଳିବା ପୂର୍ବରୁ ଗତ ବୁଧବାର ରାତିରେ ଏହି ପରିବାର ନିଜ ମୁଖିଆ ତଥା ଯୁଗଳଙ୍କ ପିତା ସତ୍ୟାନନ୍ଦଙ୍କ କରୋନାରେ ଜୀବନ ଚାଲିଗଲା। ଦୁଇ ଦୁଇଜଣ ସଦସ୍ୟଙ୍କ ଜୀବନ ଯିବା ପରେ ସତ୍ୟାନନ୍ଦଙ୍କ ବିଧବା ପତ୍ନୀ ଓ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସଂଘର୍ଷ କରୁଛନ୍ତି। ଏଣେ ଆଖିରୁ ଅହରହ ଲୁହ ଗଡ଼ୁଛି। କାନ୍ଦବୋବାଳିରେ କମ୍ପି ଉଠୁଛି ଘର । ହେଲେ ସତ୍ୟାନନ୍ଦଙ୍କ ଶବ ସେଭଳି ଘରେ ପଡ଼ି ରହିଥିଲା। ଶବ ଉଠାଇବାକୁ ପାଖପଡ଼ୋଶୀ କେହି ଆସିନଥିଲେ। ସରପଞ୍ଚ କି ସ୍ଥାନୀୟ ପ୍ରଶାସନ ଶୁଣିନଥିଲେ। ଶବ ସେଭଳି ୨୪ଘଣ୍ଟା ଘରେ ପଡ଼ି ରହିଥିଲା। ଏଣେ ସତ୍ୟାନନ୍ଦଙ୍କ ବିଧବା ପତ୍ନୀ ଓ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଚାଲିଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଂଚର ସ୍ଥାନୀୟ ସଦସ୍ୟମାନେ ଘନାମାଲ ପହଂଚିଥିଲେ। ଉପଜିଲ୍ଲାପାଳଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇଥିଲେ। ଉପଜିଲ୍ଲାପାଳ ନିଜେ ଗୃହ ସଂଗରୋଧରେ ଥିବାରୁ ସେ ବିଡିଓଙ୍କୁ ଜଣାଇବାକୁ କହିଥିଲେ। ବିଡିଓଙ୍କୁ ଯୋଗାଯୋଗ କରିବାରୁ ଜିପିଓ ଏବଂ ଜିପିଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବାକୁ କହି ନିଜନିଜ ଦାୟିତ୍ବରୁ ମୁକୁଳି ଯାଇଥିଲେ। ପରେ କୌଣସି ହିସାବରେ ଶବକୁ ସ୍ବେଚ୍ଛାସେବୀମାନେ ଦାହ କରିଥିଲେ।

ଗୁରୁତର ସତ୍ୟାନନ୍ଦଙ୍କ ବିଧବା ପତ୍ନୀ ଓ ଝିଅଙ୍କୁ ବରଗଡ଼ ଜିଲ୍ଲା କୋଭିଡ୍‌ ହସ୍ପିଟାଲକୁ ଅଧରାତିରେ ଆଣିବାକୁ ବ୍ୟବସ୍ଥା କରିଥିଲେ। କିନ୍ତୁ ସେଠାରେ ଶଯ୍ୟାଟିଏ ଖାଲି ନଥିଲା। ନିଷ୍ଠା ପରିବାରର ସଦସ୍ୟମାନେ କୌଣସି ହିସାବରେ ଦୁଇଟି ଶଯ୍ୟା ଯୋଗାଡ଼ କରି ଉଭୟଙ୍କୁ ଭର୍ତି କରିଥିଲେ। ପ୍ରଶ୍ନ ଉଠୁଛି, ସରପଞ୍ଚମାନଙ୍କୁ ଯେଉଁ ଜିଲ୍ଲାପାଳ କ୍ଷମତା ଦିଆଗଲା, ସେହି କ୍ଷମତାରେ ସେମାନେ କ’ଣ ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡ଼ି ଯୋଗାଡ଼ କରିପାରିବେନି? କରୋନା କରାଳ ରୂପ ଧାରଣ କରିଥିବାବେଳେ ମାନବିକତା ଆଉ କେବେ କାମରେ ଆସିବ? ଏହି ସମ୍ବେଦନଶୀଳ ଘଟଣା ଏବେ ପ୍ରଶାସନିକ କଳର କରୋନା ପରିଚାଳନା ବ୍ୟବସ୍ଥା ପଦାରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe