ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା କରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି କରିବାକୁ ମନା କଲେ ଘରୋଇ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ମୁଖ୍ୟ ଶାସନ ସଚିବ

Advertisment
ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା କରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି କରିବାକୁ ମନା କଲେ ଘରୋଇ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ମୁଖ୍ୟ ଶାସନ ସଚିବ

ET HealthWorld

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି | ଗଞ୍ଜାମ ଭଳି ଭୁବନେଶ୍ୱର ମଧ୍ୟ କରୋନା ହଟସ୍ପଟ ପାଲଟିବା ପରେ ଏବେ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଏବଂ ରାଉରକେଲାକୁ ଲକଡାଉନ କରିଛନ୍ତି | ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର | ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସମୟରେ କେତେକ ଘରୋଇ ଡାକ୍ତରଖାନା ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଭର୍ତ୍ତି କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏଭଳି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ |

ଡାକ୍ତରଖାନା / କ୍ଲିନିକକୁ  ଆସୁଥିବା ରୋଗୀମାନେ ଜରୁରୀ ଧ୍ୟାନ ଆବଶ୍ୟକ କରନ୍ତି | କେତେକ ଘରୋଇ ଡାକ୍ତରଖାନା ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଭର୍ତ୍ତି କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ଖବର ଆମେ ପାଇଛୁ | ଏହା ନୈତିକତା ଦୃଷ୍ଟିରୁ ଭୁଲ ଏବଂ ବେଆଇନ୍ ମଧ୍ୟ । ଆଗକୁ କୌଣସି ଘରୋଇ ଡାକ୍ତରଖାନା ଏଭଳି ବେଆଇନ କାମ କରୁଥିବା ଜଣା ପଡିଲେ ତାଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗମ୍ଭୀର ହେବ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe