ଆକ୍ରାନ୍ତଙ୍କ ଝାଡ଼ା, ପରିସ୍ରା ବିଶୋଧନ କରାନଗଲେ ବିପଦ : ସାରା ସହରରେ ବ୍ୟାପିଯିବ ଭୂତାଣୁ

Advertisment

କରୋନା ମୁକାବିଲା ପାଇଁ ଆଇଆଇଟି-ଭୁବନେଶ୍ବରରେ ଚାଲିଛି ଗବେଷଣା

କରୋନା ମୁକାବିଲା ପାଇଁ ଆଇଆଇଟି-ଭୁବନେଶ୍ବରରେ ଚାଲିଛି ଗବେଷଣା

ଆକ୍ରାନ୍ତଙ୍କ ଝାଡ଼ା, ପରିସ୍ରା ବିଶୋଧନ କରାନଗଲେ ବିପଦ : ସାରା ସହରରେ ବ୍ୟାପିଯିବ ଭୂତାଣୁ

Moneycontrol

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜିଲ୍ଲାରେ ୮ ହସ୍ପିଟାଲରେ ୧୫୯୭ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ବ୍ୟବସ୍ଥା ହୋଇଛି। ଆଜି ସୁଦ୍ଧା ୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଠିକ୍ ଏହି ସମୟରେ ଆଇଆଇଟି-ଭୁବନେଶ୍ବର ପକ୍ଷରୁ ଚାଞ୍ଚଲ୍ୟକର ବୟାନ ଦିଆଯାଇଛି। ଏଠା‌ରେ ଚାଲିଥିବା ଗବେଷଣା ଅନୁଯାୟୀ କରୋନା ଆକ୍ରାନ୍ତଙ୍କ ଝାଡ଼ା, ପରିସ୍ରାରେ ବି ଭୂତାଣୁ ବାହାରନ୍ତି। ଯଦି ଆକ୍ରାନ୍ତଙ୍କ ଝାଡ଼ା ପରିସ୍ରାକୁ ସର୍ବସାଧାରଣଙ୍କ ଝାଡ଼ା, ପରସ୍ରା ଯାଉଥିବା ପାଇପରେ ଛଡ଼ାଯିବ ତେବେ ଏହା ସହର ପାଇଁ ବିପଦ ଆଣିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଯିବ।

ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଆର୍.ଭି ରାଜକୁମାର କହିଛନ୍ତି ଯେ, କରୋନା ଆକ୍ରାନ୍ତ ହସ୍ପିଟାଲରେ ରହିବା ସମୟରେ ସେମାନେ ସାଧାରଣ ଲୋକ ଭଳି ଜୀବନ ବିତାନ୍ତି। ତେଣୁ ସେମାନେ ଦିନକୁ ବହୁବାର ଝାଡ଼ା, ପରସ୍ରା ବି କରନ୍ତି। ହେଲେ ଏଥିରେ ଅଧିକ ଭୂତାଣୁ ଥାନ୍ତି। ସେଗୁଡ଼ିକୁ ଯଦି ମ୍ୟୁନିସପାଲଟିର ସ୍ବେରେଜ୍‌ ଲାଇନରେ ଛଡ଼ାଯାଏ ତେବେ ଏହା ସର୍ବସାଧାରଣଙ୍କ ବିପଦ ପାଲଟିବ। ଏହି ସମସ୍ୟା ଯେପରି ନହେବ ସେଥିପାଇଁ ଆଇଆଇଟି-ଭୁବନେଶ୍ବରର ଗୋଟିଏ ଟିମ୍‌ ଏହା ଉପରେ ଗବେଷଣା କରୁଛନ୍ତି। ରୋଗୀଙ୍କ ଝାଡ଼ା, ପରିସ୍ରା ସ୍ବେରେଜ୍‌ ଲାଇନରେ ମିଶିବା ପୂର୍ବରୁ ଏହାକୁ ବିଶୋଧନ କରାଯିବା ଦରକାର। ଏହା କିପରି ସ୍ବତଃସ୍ଫୂର୍ତ୍ତ ଭାବେ ବିଶୋଧନ ହୋଇଯିବ ସେଥିପାଇଁ ସ୍ବତନ୍ତ୍ର ଚାମ୍ବର ପ୍ରସ୍ତୁତ କରାଯାଉଛି। ଏହି ଚାମ୍ବରକୁ ପ୍ରତ୍ୟେକ ରୋଗୀ ବ୍ୟବହାର କରୁଥିବା ଶୌଚାଳୟ କିମ୍ବା ପୂରା ହସ୍ପିଟାଲ ପାଇଁ ଗୋଟିଏ ଚାମ୍ବର ଭାବେ ବ୍ୟବହାର କରାଯାଇପାରିବ। ଏହି ଚାମ୍ବର ଦେଇ ଯେଉଁ ଝାଡ଼ା, ପରିସ୍ରା ଯିବ ସେଗୁଡ଼ିକ ବିଶୋଧନ ହୋଇ ସ୍ବେରେଜ୍‌ ଲାଇନରେ ମିଶିଯିବ। ଫଳରେ ସହରବାସୀଙ୍କ ଉପରେ କୌଣସି ବିପଦ ରହିବନି। ଖୁବ୍‌ ଶୀଘ୍ର ଏହି ଚାମ୍ବର ପ୍ରସ୍ତୁତ ହେବ।

ଆଇଆଇଟି ଭୁବନେଶ୍ବରର ଗବେଷଣା ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଯାଇଛି। କାରଣ ରାଜଧାନୀରେ ସବୁଠୁ ଅଧିକ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ଥିବା ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ଶୌଚାଳୟ କି ଝାଡ଼ା ପରିସ୍ରା ବିଶୋଧନ ହେବାର ବ୍ୟବସ୍ଥା ନାହିଁ। ଯେଉଁମାନେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କ ଘରର ଶୌଚାଳୟ ସର୍ବସାଧାରଣଙ୍କ ସ୍ବେରେଜ୍‌ ଲାଇନରେ ମିଶିଛି। ଭୁବନେଶ୍ବରରେ ଗୋଟିଏ ବି ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନଥିବାରୁ ବହୁ ଲୋକଙ୍କ ବର୍ଜ୍ୟଜଳ ରାସ୍ତାରେ ଭାସୁଛି। ଏପରିକି ଅଧିକାଂଶ ସ୍ଥାନରେ ଚାମ୍ବର ଭୁଶୁଡ଼ି ପଡ଼ିଥିବାବେଳେ ଏହା ବି ରାଜଧାନୀ ପାଇଁ ବିପଦ ଆଣିପାରେ। ତେଣୁ ବିଏମ୍‌ସି ଓ ଜନସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଚିନ୍ତା କରିବା ସମୟ ଆସିଛି। ନଚେତ୍‌ ସ୍ଥିତି ଅଣାୟତ ହୋଇପାରେ। ସେହିପରି କରୋନା ମୁକାବିଲା ପାଇଁ ଆଇଆଇଟି ଭୁବନେଶ୍ବରର ଆଉ ଦୁଇଟି ଟିମ୍ କାମ କରୁଛନ୍ତି। ଦ୍ବିତୀୟ ଟିମ୍ ଏକ ବିଶୋଧକ ଚାମ୍ବର ଏବଂ ଶସ୍ତାରେ ସାନିଟାଇର୍ଜ ପ୍ରସ୍ତୁତି ନେଇ ଗବେଷଣା କରୁଛି। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏବେ ବିଶୋଧକ ଚାମ୍ବର ପ୍ରସ୍ତୁତ ହୋଇଥିବାବେଳେ ଏହି ଚାମ୍ବରରେ ଯିଏ ୨୦ରୁ ୩୦ସେକେଣ୍ଡ ରହିବ ତା'ର ପୂରା ଶରୀର ବିଶୋଧନ ହୋଇଯିବ। ଏହାକୁ ଏବେ ପରୀକ୍ଷାମୂଳକ ଭ‌ାବେ ଆଇଆଇଟି-ଭୁବନେଶ୍ବରର ମୁଖ୍ୟ ଫାଟକ ନିକଟରେ ଲଗାଯାଇଛି। ଏହାବତ୍ୟତୀତ ତୃତୀୟ ଟିମ୍ ଫଗିଂ ମେସିନ୍ ନେଇ ଗବେଷଣା କରୁଛି। କିପରି ପ୍ରତି ଗାଁ ଗଣ୍ଡାରେ ସୁବିଧାରେ ବିଶୋଧକ ସ୍ପ୍ରେ କରିହେବ ସେନେଇ ନୂଆ ଯନ୍ତ୍ରପାତି ପ୍ରସ୍ତୁତ ହେଉଛି। କମ୍‌ ଦିନ ଭିତରେ ଏସବୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ ହେବ ବୋଲି ଆଇଆଇଟି-ଭୁବନେଶ୍ବର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe