ରାଜଘାଟରେ ଶବ ଦାହ ପାଇଁ ଜାଗା ଅଭାବ, ୪ ଦିନରେ ଦାହ ହେଲେଣି ୪୬ କରୋନା ମୃତକ

Advertisment
ରାଜଘାଟରେ ଶବ ଦାହ ପାଇଁ ଜାଗା ଅଭାବ, ୪ ଦିନରେ ଦାହ ହେଲେଣି ୪୬ କରୋନା ମୃତକ

Scroll.in

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ବେହାଲ ହୋଇସାରିଥିବା ବେଳେ କୋଭିଡ୍ ମୃତ୍ୟୁ ମଧ୍ୟ ସଂକ୍ରମଣ ସହ ତାଳ ଦେଇ ବଢ଼ିଚାଲିଛି। ସ୍ଥିତି ଏଭଳି ହୋଇଯାଇଛି ଯେ ରାଜଘାଟରେ ଶବଦାହ ପାଇଁ ଏବେ ଲାଇନ୍‌ ଲଗାଇବାକୁ ପଡ଼ୁଛି। ମୃତକଙ୍କ ସଂଖ୍ୟା ବହୁତ ରହିଥିବାରୁ ଦାହ ପାଇଁ ସ୍ଥାନ ବି ମିଳିପାରୁନି। ଅମ୍ବାଲାନ୍ସ ଭିତରେ ଘଣ୍ଟା ଘଣ୍ଟା ଧରି କୋଭିଡ୍ ମୃତକଙ୍କ ଶବ ଅପେକ୍ଷା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୪ ଦିନ ମଧ୍ୟରେ ରାଜଘାଟରେ ୪୬ ଜଣ କରୋନା ମୃତକଙ୍କ ଶବଦାହ କରାଯାଇଛି। ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ପ୍ରତ୍ୟେକ ଦିନ ହାରାହାରି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟୁଥିବା ବେଳେ ଅନ୍ୟ ବେସରକାରୀ ଡାକ୍ତରକାନାରେ ମଧ୍ୟ କିଛି ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କିଛି ସମ୍ପର୍କୀୟ ମୃତକଙ୍କ ଶବସାଙ୍ଗରେ ନେଉଥିବା ଅଧିକାଂଶ ରାଜଘାଟରେ ଶବଦାହ କରୁଛନ୍ତି। ଶନିବାର ୧୪ ଜଣ କରୋନା ମୃତକଙ୍କ ଶବଦାହ କରାଯାଇଥିବା ବେଳେ ଶୁକ୍ରବାର ୮ ଜଣ, ଗୁରୁବାର ୧୦ ଜଣ ଏବଂ ବୁଧବାର ୧୪ ଜଣ କରୋନା ମୃତକଙ୍କ ଶବଦାହ କରାଯାଇଥିବା ଜଣାପଡ଼ିଛି। କରୋନା ବ୍ୟତୀତ ଗତ ୨ ଦିନରେ ୧୪ ଜଣ ସାଧାରଣ ମୃତକଙ୍କ ଶବ ଦାହ ହୋଇଥିବା ଜଣାପଡ଼ିଛି।

ଶବଦାହ ପାଇଁ ଏସ୍‌ଏମ୍‌ସିର ଅତିରିକ୍ତ ବ୍ୟବସ୍ଥା
ରାଜଘାଟରେ ବର୍ତ୍ତମାନ ନିଆଁ ଲିଭୁ ନଥିବା ଦେଖିବାକୁ ମିଳିଛି। ଦାହ ପାଇଁ ମୃତକଙ୍କ ଶବ ଲାଇନ୍‌ରେ ରହୁଥିବାରୁ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ପକ୍ଷରୁ ଶବଦାହ ପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଦୁଇଟି ପାର୍ଶ୍ବରେ ଶବଦାହ କରାଯାଉଥିଲା। ଗୋଟିଏ ପାର୍ଶ୍ବରେ କରୋନା ଶବଦାହ କରାଯାଉଥିବା ବେଳେ ଅନ୍ୟପାର୍ଶ୍ବରେ ଅନ୍ୟ ମୃତକଙ୍କ ଶବ ଦାହ କରାଯାଉଥିଲା। ମୃତ୍ୟୁ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କରୋନା ଶବଦାହ କରାଯାଉଥିବା ସ୍ଥାନକୁ ଲାଗି ଆଉ ଏକ ସ୍ଥାନ ଶବଦାହ ପାଇଁ ଏସ୍‌ଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଶନିବାର ମାଟି ପକାଇ ଉକ୍ତ ସ୍ଥାନକୁ ସମତଳ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe