ଭୁଲ ପେସ୍‌କ୍ରିପସନରେ କରୋନା ରୋଗୀ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ୭୨ ଘଣ୍ଟାରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

Advertisment
ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅସୁବିଧା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନବ ଦାସ

New Indian Express

ବ୍ରହ୍ମପୁର : ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର‌୍‌ ଓ ଅନ୍ୟ ଔଷଧରେ ଚିକିତ୍ସା କରିବାରୁ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଭୁଲ ପେସ୍‌କ୍ରିପସନ ଓ ଭୁଲ ଶଯ୍ୟା ଟିକେଟ୍‌ ଯୋଗୁଁ ଏଭଳି ହୋଇଥିବା ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ଅଶୋକ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏହି ଘଟଣାର ତଦନ୍ତ କରି ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଗଞ୍ଜାମ ସିଡ଼ିଏମ୍‌ଓଙ୍କୁ ନିର୍ଦ୍ଦେଶ ‌ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳ ମାଲୁ ବେହେରା ସାହିର ଦମୟନ୍ତୀ ସାହୁ ଗତ ମାସ ୧୩ ତାରିଖରେ କୋଭିଡ୍ ଟେଷ୍ଟ୍ କରିଥିଲେ। ୧୮ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ପାରଳା ମହାରାଜା କୋଭିଡ୍ କେୟାର୍ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦମୟନ୍ତୀ ୧୨ ଦିନ କାଳ ଚିକିତ୍ସିତ ହେବା ପରେ ହଠାତ୍ ୩୦ ତାରିଖ‌ରେ ଦମୟନ୍ତୀଙ୍କୁ ପୁଣି ପାରଳାମହାରାଜା କୋଭିଡ୍ କେୟାର୍ ସେଣ୍ଟର୍‌ରୁ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ କୋଭିଡ୍ ସେଣ୍ଟର୍‌କୁ ସ୍ଥାନାନ୍ତର କରାଯାଇଥିଲା। ପାରଳାମହାରାଜା କୋଭିଡ୍ କେୟାର୍ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିବା ଦମୟନ୍ତୀ ପଣ୍ଡାଙ୍କ ଶଯ୍ୟା ଟିକେଟ ଓ ପେସ୍‌କ୍ରିପସନ ବଦଳରେ ଦମୟନ୍ତୀ ସାହୁଙ୍କୁ ରେଫର୍ କରିଦିଆଯାଇଥିବା ନଜରକୁ ଆସିଥିଲା। କିନ୍ତୁ ପରେ ଚଞ୍ଚକତା କରି ଦମୟନ୍ତୀ ପଣ୍ତାଙ୍କ ନାମକୁ କାଟି ଦମୟନ୍ତୀ ସାହୁ ସ˚ଶୋଧନ କରି ଲେଖାଯାଇଥିଲା। ସିଟି ହସ୍ପିଟାଲ କୋଭିଡ଼ ସେଣ୍ଟର୍‌ରେ ଦୁଇଦିନର ଚିକିତ୍ସା ପରେ ଦମୟନ୍ତୀ ସାହୁ ଗତ ୨ ତାରିଖ ସକାଳେ ଆଖି ବୁଜିଥିଲେ। ଏ ସଂକ୍ରାନ୍ତରେ ଦମୟନ୍ତୀଙ୍କ ନାତି ଧର୍ମେନ୍ଦ୍ର ବଡ଼ବଜାର ଥାନାରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe