ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି, ଅନ୍ୟ କେଉଁଠି କରୋନା ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ସଚିବ

Advertisment
ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି, ଅନ୍ୟ କେଉଁଠି କରୋନା ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର: କେବଳ ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ରାଜ୍ୟର କୌଣସି ସାଧାରଣ ଡାକ୍ତରଖାନାରେ କରୋନା ଆକ୍ରାନ୍ତ ନାହାନ୍ତି। କେବଳ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ସରକାର ସମସ୍ତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ କରିବାକୁ ବ୍ୟବସ୍ଥା କରିଛନ୍ତି। ଅନ୍ୟ ରୋଗୀଙ୍କର ଚିକିତ୍ସାରେ କୌଣସି ଅସୁବିଧା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

କରୋନା ମୁକାବିଲାକୁ ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏବେ କଟକର ଏସସିବି କିମ୍ବା ସିଟି ହସ୍ପିଟାଲରେ କେହି କୋଭିଡ୍ ଆକ୍ରାନ୍ତ ନାହାନ୍ତି। ତେବେ କ୍ୟାପିଟାଲ ହସ୍ପିଟାଲରେ କେବଳ ଜଣେ କୋଭିଡ୍ ଆକ୍ରାନ୍ତ ସ୍ବତନ୍ତ୍ର ଭାବେ ଚିକିତ୍ସାଧିନ ଅଛନ୍ତି ।

ଏଥିସହ ସେ କହିଛନ୍ତି, ଯଦି ଆପଣଙ୍କର ଫ୍ଲୁ ଲକ୍ଷଣ ଦେଖାଯାଉଛି ତେବେ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ଆସନ୍ତୁନାହିଁ। ପ୍ରଥମେ ରାଜ୍ୟ ସରକାରଙ୍କ ହେଲ୍ପଲାଇନ୍ ୧୦୪କୁ ଫୋନ୍ କରନ୍ତୁ। ଏହି ହେଲ୍ପଲାଇନରେ ସବୁ ସମୟରେ ଡାକ୍ତର ଉପଲବ୍ଧ ଅଛନ୍ତି। ତେଣୁ ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ। ଯଦି ଆବଶ୍ୟକ ପଡ଼େ ତେବେ ଆପଣଙ୍କୁ  ସରକାରୀ ବ୍ୟବସ୍ଥାରେ ଚିକିତ୍ସା ଲାଗି ଅଣାଯିବ ଓ ଆବଶ୍ୟତା ଅନୁସାରେ ଚିକିତ୍ସା କରାଯିବ।

କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ  ଓ ଡିଏମଇଟି ଡା.ସିବିକେ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେମାନେ କହିଛନ୍ତି ।

କରୋନାକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ କରୋନା ରୋଗ ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇପାରେ। ଏଣୁ କୋଭିଡ୍ ରୋଗୀଙ୍କୁ ଅନ୍ୟଜଣଙ୍କଠାରୁ ଅଲଗା ରଖିବା ଜରୁରୀ। ରାଜ୍ୟ ସରକାର ୩ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି । ଏବେ ସମ୍, କିମ୍ସ ଓ ଅଶ୍ୱିନୀ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏ ଦିଗରେ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ସହଯୋଗ କରିଆସୁଛନ୍ତି ବୋଲି ସେ କହିଛନ୍ତି । ତେବେ କୋଭିଡ ହସ୍ପିଟାଲ ଘୋଷିତ ହୋଇ ନ ଥିବା ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି ବୋଲି ସେ କହିଛନ୍ତି। କାରଣ କୋଭିଡ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ ।  କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଡାକ୍ତର ସିବିକେ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe