କରୋନା ରୋଗୀଙ୍କ ଖର୍ଚ ବିଲ୍‌ ୩୮୯ କୋଟି

Advertisment
କରୋନା ରୋଗୀଙ୍କ ଖର୍ଚ ବିଲ୍‌ ୩୮୯ କୋଟି

health.clevelandclinic.org

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚୁକ୍ତିବଦ୍ଧ ଘରୋଇ ହସ୍ପିଟାଲଗୁଡ଼ିକ ୩୮୯.୦୯ କୋଟି ଟଙ୍କାର ବିଲ୍‌ ଦାଖଲ କରିଛନ୍ତି। ତହିଁରୁ ୩୭୮.୯୭ କୋଟି ଟଙ୍କାର ବିଲ୍‌ ପଇଠ ହୋଇସାରିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ରାଜ୍ୟର ୨୦ଟି ଜିଲ୍ଲାରେ ୪୦ଟି କୋଭିଡ ହସ୍ପିଟାଲ ନିଜର କରୋନା ଖର୍ଚ ବାବାଦ ବିଲ୍‌ ପ୍ରଦାନ କରିଛନ୍ତି। ଏମ୍‌ସିଏଲ, ଏନ୍‌ଟିପିସି, ନାଲକୋ, ଓଏଚ୍‌ପିସିଏଲ, ଓଏମ୍‌ସି, ଜିଲ୍ଲା ଖଣିଜ ପାଣ୍ଠି, ସିଏମ୍‌ଆରଏଫ୍‌/ଏସ୍‌ଡିଆରଏଫ୍‌ ଆଦିରୁ ଭରଣା କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe