ରାଜ୍ୟରେ ୬୬ ନୂଆ ପଜିଟିଭ୍, ୫୩ ସୁସ୍ଥ, ୨୮ ଜିଲ୍ଲାରେ କରୋନା

କଳାହାଣ୍ଡିରେ କରୋନା ପଜିଟିଭ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧୫ରେ ପହଞ୍ଚିଲା

image source-long island press

ଭୁବନେଶ୍ବର : ରାଜ୍ୟରେ ୨୭ଟି ଜିଲ୍ଲା‌କୁ କରୋନା ବ୍ୟାପିଗଲାଣି। କେବଳ ରାୟଗଡ଼ା ଓ ସୋନପୁର ଜିଲ୍ଲାକୁ ବାଦ୍ ଦେଲେ ଆଉ ସବୁ ଜିଲ୍ଲାରେ କରୋନା ପଜିଟିଭ୍ ବାହାରିଛନ୍ତି। ଗତ ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରେ ୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ ଟପିଯାଇଛି। ନୂତନ ଭାବେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା କରୋନା ସଂକ୍ରମଣ ଜିଲ୍ଲା ତାଲିକାରେ ସ୍ଥାନ ପାଇଛି। ଅପର ପକ୍ଷରେ ଆଜି ୪ଟି ଜିଲ୍ଲାରେ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜିର ୬୭ ଜଣ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫ ହୋଇଛି। ନୂଆ ୬୬ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୬, ନୟାଗଡରୁ ୧୩, ଗଂଜାମରୁ ୮, ଅନୁଗୁଳରୁ ୫, ଖୋର୍ଧାରୁ ୩, କଟକରୁ ୨, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୨, ବଲାଙ୍ଗୀରରୁ ୭, ମାଲକାନଗିରିରୁ ୨, ଢେଙ୍କାନାଳ, ଜଗତସିଂହପୁର,
ନୂଆପଡା ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ଅଛନ୍ତି। ୬୬ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୯ ଜଣ, ଗୃହ ସଙ୍ଗରୋଧରୁ ୪ ଜଣ ଏବଂ ୩ ଜଣ ସ୍ଥାନୀୟ ଲୋକ ଅଛନ୍ତି।

ଆଜି ସୁସ୍ଥ ହୋଇଥିବା ୫୩ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଆଜିର ୫୩ ଜଣଙ୍କୁ ମିଶାଇ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା‌ ୭ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଗତକାଲି ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୧,୨୩,୮୩୪ଟି ନମୁନା ପରୀକ୍ଷା କରାଯାଇଛି। ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭୮ ଥିଲା ବେଳେ ୧୦୪୨ ଜଣ ହସ୍ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe