ନର୍ଲା ବ୍ଲକରେ ୨ଜଣ କରୋନା ପଜିଟିଭ ଚିହ୍ନଟ : କଳାହାଣ୍ଡି ଜିଲ୍ଲାରେ ୨୭ ଡେଇଁଲା କରୋନା, ପିପଲପଡ଼ା, ନର୍ଲା ଓ ରୁପ୍ରାରୋଡ଼ ସଟ୍ ଡାଉନ୍

Advertisment
କୋଭିଡ୍‌ ପରୀକ୍ଷା ବଢ଼ାଅ, ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

Anadolu Agency

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ପ୍ରଥମଥର ପାଇଁ ଦୁଇ କରୋନା ପଜିଟିଭ୍ ଆକ୍ରାନ୍ତ ଚି଼ହ୍ନଟ ହେଇଛନ୍ତି। ଚି଼ହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ୨୪ ବର୍ଷୀୟ ଯୁବକ ତେଲେଙ୍ଗାନା ସିକନ୍ଦରାବାଦରୁ ଆସି ବେହେରା ସଂଗରୋଧ କେନ୍ଦ୍ରରେ ରହି ଗତ ୨୮ ତାରିଖ ଦିନରୁ ବାଗପୁର ପଞ୍ଚାୟତ ପିପଲପଦର ଗାଁରେ ନିଜ ଘରେ ସଂଗରୋଧରେ ରହିଥିଲେ। ଗତ ୨୯ ତାରିଖ ଦିନ ଦେହ ଅସୁସ୍ଥ ଅନୁଭବ କରିବାରୁ ସେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସିତ ହୋଇ ନିଜ ଘରକୁ ଫେରିବା ପରେ ଶୁକ୍ରବାର ଦିନ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା।

ସେହିଭଳି ଅନ୍ୟଜଣେ ୩୫ ବର୍ଷୀୟ ଯୁବକ ମୁମ୍ବଇରୁ ଆସି ନର୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥିଲେ। ଏହି ଦୁଇଜଣ କରୋନା ଚି଼ହ୍ନଟ ହେବାପରେ ନର୍ଲା ପ୍ରଶାସନ ପିପଲ ପଦର ଗ୍ରାମକୁ ୪୮ ଘଣ୍ଟା ଓ ନର୍ଲା ପଂଚାୟତକୁ ୨୪ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିବା ସହ ଆକ୍ରାନ୍ତ ଦ୍ବୟଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ରୁପ୍ରାରୋଡକୁ ମଧ୍ୟ ୨୪ ଘଣ୍ଟା ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ଗ୍ରାମ ଦ୍ୱୟକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରିବା ସହ ଏଥିରେ ଥିବା ପ୍ରବାସୀମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ବାଧ୍ୟ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe