ପଶ୍ଚିମବଙ୍ଗ ଫେରନ୍ତା କନେଷ୍ଟବଳ ପଜିଟିଭ୍‌!

୭ ଦିନ ପାଇଁ ବୁର୍ଲା ଅଗ୍ନିଶମ କେନ୍ଦ୍ର ସଟ୍‌ଡାଉନ୍‌

କୋଲକାତାରେ ପ୍ରତି ଦୁଇ ଜଣଙ୍କ ନମୁନାରେ ଜଣେ ପଜିଟିଭ୍‌

TrialSite News

ସମ୍ବଲପୁର: ପଶ୍ଚିମବଙ୍ଗକୁ ଅମ୍ଫାନ୍‌ ଡ୍ୟୁଟିରେ ଯାଇ ଫେରିଥିବା ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜ‌ଣେ କନେଷ୍ଟବଳ ବୁଧବାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ କନେଷ୍ଟବଳଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏହି ଘଟଣା ଜଣା ପଡ଼ିବା ପରେ ଆଗାମୀ ୭ ଦିନ ପାଇଁ ବୁର୍ଲା ଅଗ୍ନିଶମ କେନ୍ଦ୍ରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ କେନ୍ଦ୍ରରେ ରହିଥିବା ଆଉ ୧୨ ଅଗ୍ନିଶମ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମାସରେ ଅମ୍ଫାନ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଟିମ୍‌ରେ ଏହି କନେଷ୍ଟବଳ ରହିଥିଲେ। ସେଠାରୁ ଫେରିବା ପରେ ଗତ ୩ ତାରିଖ ଯାଏ ସେ ସଙ୍ଗରୋଧରେ ରହିଥିଲେ। ଏହାପରେ ୪ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ମାତ୍ର ବୁଧବାର ତାଙ୍କର ସ୍ବ‌ାବ୍‌ ରିପୋର୍ଟ ପଜିଟିଭ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe