ମୟୂରଭଂଜ ଜିଲ୍ଲାରେ ୪ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଛନ୍ତି ପ୍ରାୟ ୪୦ ବ୍ୟକ୍ତି!

Advertisment
ସମ୍ବଲପୁରରେ ୩ କୋଲକାତା ଫେରନ୍ତା, ସରକାରୀ କ୍ବାରାଣ୍ଟିନ୍‌କୁ ପଠାଇଲା ଜିଲ୍ଲା ପ୍ରଶାସନ

Słubice24

ବାରିପଦା: ଆଜି ମୟୂରଭଂଜ ଜିଲ୍ଲାରେ ସଂଗରୋଧ କେନ୍ଦ୍ର ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କର କଣ୍ଟାକ୍ଟ୍ ଟ୍ରେସିଂ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ୪ ବ୍ୟକ୍ତିଙ୍କ ସହିତ ସେମାନଙ୍କର ସହଯାତ୍ରୀଙ୍କୁ ଛାଡି ପ୍ରାୟ ୪୦ଜଣ ସମ୍ପର୍କରେ ଆସିଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ର କର୍ମଚାରୀଙ୍କ ସହିତ ସ୍ବାସ୍ଥ୍ୟକର୍ମୀ ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଚିହ୍ନଟ କରାଯିବା ସହିତ କରୋନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ଗତକାଲି ପର୍ଯ୍ୟନ୍ତ ମୟୂରଭଞ୍ଜରେ ଜଣେ ବି କରୋନା ଆକ୍ରାନ୍ତ ନଥିଲେ। ଯାହାଫଳରେ ପ୍ରାୟ ୨୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଗ୍ରୀନ୍ ଜୋନରେ ଥିଲା। ମାତ୍ର ଆଜି ଗୋଟିଏ ଦିନରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଜରେ ଥିବା ମୟୂରଭଞ୍ଜ ବୁଦ୍ଧ ପୂର୍ଣ୍ଣିମାରେ କମଳାକୁ ଯାଇଛି। ଯ‌ାହାକି ଜିଲ୍ଲାବାସୀଙ୍କୁ ଅଧିକ ସତର୍କ ଏବଂ ସୁରକ୍ଷିତ ରହିବା ନିମନ୍ତେ ଏକପ୍ରକାର ଆହ୍ବାନ ଦେଇଛି।

ବାରିପଦାରେ ଅଛି କୋଭିଡ୍ ହସ୍ପିଟାଲ, ଆକ୍ରାନ୍ତ ଗଲେ କଟକ

ବାରିପଦାର ବାଙ୍କିଶୋଳରେ କିମ୍ସ୍ ସହଯୋଗରେ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଏଠାରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି। ମାତ୍ର ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ବିନୀ କ‌ୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ବାରିପଦାରେ ଥିବା କୋଭିଡ୍ ହସ୍ପିଟାଲରେ ମାତ୍ର ୧୦ଟି ଆଇସିୟୁ ବ୍ୟବସ୍ଥା ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ ପଠାଯାଇଥିବା ଜଣାପଡ଼ିଛି। ସେହିପରି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ହେଲେ ଏଠାରେ ଭର୍ତ୍ତି କରାଯିବାନେଇ ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe