ଏସ୍‌ସିବିରେ ପ୍ରସୂତିଙ୍କ କରୋନା ପଜିଟିଭ୍‌ ଘଟଣା: ସଙ୍ଗରୋଧରେ ଯିବେ ୬ ଡାକ୍ତରଙ୍କ ସମେତ ୧୬ଜଣ

Advertisment
ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା

image source-scbmch.nic.in

କଟକ: କଟକ ବଡ଼ ଡାକ୍ତରଖାନାର ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ଗତକାଲି ଜଣେ ପ୍ରସୂତିଙ୍କ କରୋନା ଚିହ୍ନଟ ହେବାପରେ ଏସ୍‌ସିବିରେ ଆତଙ୍କ ଖେଳିଯାଇଛି। ପ୍ରସୂତିଙ୍କ ସଂସ୍ପର୍ଶରେ ଆସିଥିବା ୬ଜଣ ଡାକ୍ତର, ୭ଜଣ ନର୍ସ ଓ ୩ଜଣ ଆଟେଣ୍ଡାଣ୍ଟ୍‌ଙ୍କୁ କ୍ବାରାଣ୍ଟିନ୍‌ରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ହୋମ କ୍ବାରାଣ୍ଟିନ୍‌ରେ ରହିବାକୁ ଚାହିଁବେ ସେମାନେ ରହିବେ। ଅନ୍ୟମାନେ ଏସ୍‌ସିବି‌ରେ କ୍ବାରାଣ୍ଟିନ୍‌ରେ ରହିବେ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି। ଏଥିସହ ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗକୁ ୧୮ତାରିଖରେ ପୁରୀରୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସିଥିଲେ। ତେବେ ତାଙ୍କ ଭ୍ରମଣ ବିବରଣୀ ଅହମ୍ମଦାବାଦ୍‌ ଥିବାବେଳେ ପ୍ରଥମ ଦିନରୁ ହିଁ ତାଙ୍କୁ ବିଭାଗରେ ଥିବା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖାଯାଇ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଉକ୍ତ ମହିଳା ୧୯ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ଗତକାଲି ତାଙ୍କର ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ମହିଳା ଓ ନବଜାତକକୁ ଭୁବନେଶ୍ବରର କୋଭିଡ୍‌ ହସ୍ପିଟାଲକୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ପଠାଇଦେଇଥିଲେ। ଏହାପରେ ତୁରନ୍ତ ଏସ୍‌ସିବି ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗର ଲେବର ରୁମ୍‌ ସମେତ ବିଭାଗର ସବୁ ୱାର୍ଡକୁ ସାନିଟାଇଜ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe