କରୋନା ଆକ୍ରାନ୍ତ ଓଡ଼ିଆ ଯୁବକଙ୍କ ମୁମ୍ବାଇରେ ମୃତ୍ୟୁ

ଚଳିତ ମାସରେ ୬ ଦିନ ଚିହ୍ନଟ ହୋଇ ନାହାନ୍ତି କରୋନା ସଂକ୍ରମିତ

Long Island Press

ହିଞ୍ଜିଳିକାଟୁ : ମୁମ୍ବାଇରେ କରୋନାରେ ଆକ୍ରାନ୍ତ ହୋଇ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ପ୍ରାଣ ହରାଇଛନ୍ତି। ହିଞ୍ଜିଳିକାଟୁ ପୌର ପରିଷଦ ୧୫ ନମ୍ବର ୱାର୍ଡ଼ କେଉଟ ସାହିର ମୂଳବାସିନ୍ଦା ଜଣେ ଯୁବକ ଆଜି ମୁମ୍ବାଇରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ସେଠାରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ମୁମ୍ବାଇର ଚେମ୍ବୁର୍ ଇଲାକାରେ ୫ ବର୍ଷ ଧରି ତାଙ୍କ ମାମୁଙ୍କ ଘରେ ରହି ଆସୁଥିଲେ। ଦୁଇ ଦିନ ତଳେ ତାଙ୍କର ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜଟିଭ୍ ବାହାରିବା ପରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଆଜି ସକାଳେ ଅବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ମାମୁ ଘରର ପରିବାରବର୍ଗଙ୍କୁ ମଧ୍ୟ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଏହି ଘଟଣା ପରେ କେଉଟସାହିରେ ଶୋକର ଛାୟା ଖେଳିଯାଇଛି। ପୁଅର ମୃତ୍ୟୁ ଖବର ଶୁଣି ବାପାମା ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ମୃତକ ଯୁବକଙ୍କ ଦୁଇଭାଇ ହିଞ୍ଜିଳିକାଟୁରେ ରହୁଛନ୍ତି। ସୂଚନା ଥାଉକି, ଗତ ସୋମବାର ଦିନ ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ପୋଚିଲିମା ଗ୍ରାମର ମୂଳବାସିନ୍ଦା ତଥା ମୁମ୍ବାଇରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe