ଚିନ୍ତା ବଢ଼ାଉଛି କରୋନା: ଖରିଆରରୋଡ଼ରେ ସର୍ବଧିକ ୧୪ ଜଣଙ୍କ ସହ ନୂଆପଡ଼ା ଜିଲ୍ଲାରେ ପୁଣି ୩୮ ପଜିଟିଭ୍

Advertisment
ଏପ୍ରିଲ୍‌ ମଧ୍ୟଭାଗରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ

festo.com

ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରେ ୩୮ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଖରିଆର ରୋଡ଼ରେ ସର୍ବାଧିକ ୧୪ ଜଣ, କୋମନାରେ ୧୦ ଜଣ, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ୭ ଜଣ, ଖଡ଼ିଆଲରେ ୫ ଜଣ, ସିନାପାଲି ଓ ବୋଡ଼େନରେ ଜଣେ ଲେଖାଏଁ ଅଛନ୍ତି। ନୂଆପଡ଼ା କୋଭିଡ୍ ଡାକ୍ତର ଗୋପାଲ ଚନ୍ଦ୍ର ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ଏହି ୩୮ ଜଣଙ୍କୁ ମିଶାଇ ଜିଲ୍ଲରେ ଏପର୍ଯ୍ୟନ୍ତ  କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା  ୮୬୫୦ରେ ପହଞ୍ଚିଛି।

କରୋନା ସଂକ୍ରମଣ ବ୍ୟାପୁଥିବାରୁ ଖରିଆରରୋଡ଼ ବର୍ତ୍ତମାନ ଚିନ୍ତା ବଢ଼ାଉଛି। ଗତ ୩୦ ତାରିଖ ଦିନ ଖରିଆରରୋଡ଼ରେ ୧୦ ଜଣ ଆକ୍ରାନ୍ତ ହୋଇଥିବା ବେଲେ ମାର୍ଚ୍ଚ ୩୧ରେ ପୁଣି ୭ ଜଣ କ‌ରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ପୁଣି ଖଡ଼ିଆରରୋଡ଼ରେ ୧୪ ଜଣ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥ ହୋଇଛି। ସିନାପାଲି ଓ କୋମନା ପରେ ବର୍ତ୍ତମାନ ଖରିଆରରୋଡ଼ରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଲିଛି।

ଜିଲ୍ଲା ପ୍ରଶାସନ କରୋନାକୁ କାବୁ କରିବାରେ ଲାଗିପଡ଼ିଛି। କିନ୍ତୁ କିଛି ଦିନ ହେବ ଜିଲ୍ଲାରେ ଦୈନିକ ହାରାହାରୀ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ କରୋନା କିପିରି ହାରିବ ଏନେଇ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛି। ଲୋକମାନେ କରୋନା ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe