ରାୟଗଡାରେ ହଜାରେ ଡେଇଁଲା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଆକ୍ରାନ୍ତ, ୨ ମୃତ

Advertisment
କରୋନାକୁ ହରାଇଲେ, ଘରକୁ ଫେରିଲେ ମା’ ଓ ଶିଶୁ

OpIndia

ରାୟଗଡ଼ା: ଗତକାଲି ୧୬୪, ଆଜି ୧୯୭। ଏପରି ଭାବେ ରାୟଗଡ଼ାରେ ନିଜ ରେକର୍ଡ ନିଜେ ଭାଙ୍ଗି ଚାଲିଛି କରୋନା। ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ରେକର୍ଡ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ତାଲିକାରେ ରାଜ୍ୟରେ ଆଜି ତୃତୀୟ ସ୍ଥାନରେ ରାୟଗଡ଼ା ଥିବାବେଳେ ମୋଟ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ୧୦୯୪ ପଜିଟିଭଙ୍କ ମଧ୍ୟରୁ ଗତ ୧୨ ଦିନରେ ୯୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି କାଶୀପୁରରୁ ସର୍ବାଧିକ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ଦିନର ବ୍ୟବଧାନ ପରେ କାଶୀପୁରକୁ ପୁଣି ଫେରିଛି କରୋନା। ସେହିପରି ପଦ୍ମପୁରରୁ ୪୩, ଗୁଣପୁର ପୌର ପରିଷଦରୁ ୨୩, ଗୁଣପୁର ବ୍ଲକରୁ ଜଣେ, ରାୟଗଡ଼ା ପୌର ପରିଷଦରୁ ୨୦, ରାୟଗଡ଼ା ବ୍ଲକରୁ ୩, ବିଷମକଟରୁ ୧୦, ମୁନିଗୁଡ଼ାରୁ ୩୧, ଗୁଡାରିରୁ ୧୫ ଏବଂ ପ୍ରଥମ ଥର ପାଇଁ କଲ୍ୟାଣସିଂହପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୦ ପୁରୁଷ, ୬୭ ମହିଳା, ୪୦ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ୨୮ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରହିଛି।

୬ ଜଣ ଆନ୍ଧ୍ରପ୍ରଦେଶ, ୩ ଜଣ ଭୁବନେଶ୍ବର, ଜଣେ କେରଳ, ଜଣେ କର୍ଣ୍ଣାଟକ, ଜରେ ପଞ୍ଜାବ ଏବଂ ୧୬ ଜଣ ତାମିଲନାଡ଼ୁ ଫେରନ୍ତା ବୋଲି ଜଣା ପଡ଼ିଛି। ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଘରୋଇ କୋଭିଡ଼୍ ହସପିଟାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି। ଗୁଣପୁର ପୌର ପରିଷଦ ଲକ୍ଷ୍ମଣଢ଼େପର ଜୟରାମ ବେହେରା, ମର୍ଣ୍ଣିଂ ସାହିର ସାମ୍ବା ମୂର୍ତ୍ତି। ଉଭୟେ ଅସୁସ୍ଥ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିବା ବେଳେ ସ୍ବାବ ସଂଗ୍ରହ ପରେ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଳେ। ତେବେ ଉଭୟଙ୍କ ମୃତ୍ୟୁ ନେଇ ସରକାରୀ ଭାବେ ଘୋଷଣା କରାଯାଇନି। ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମଧ୍ୟରେ ୨୨ କଣ୍ଟେନମେଣ୍ଟ୍ ଜୋନରେ ୧୫୮ ଜଣ ହୋମ୍ କ୍ବାରାଣ୍ଟିନରେ, ୩୯ ଜଣ ଟିଏମସିରେ ଥିଲେ।

ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜେକେପୁର, ତାଡ଼ମା, ବିଷମକଟକ ଦକ୍ଷତା ବୃଦ୍ଧି କେନ୍ଦ୍ର, କେଏମଆରସି, ନାନିଜିଗୁଡ଼ା, କାଶୀପୁର, ଗୁଣପୁର, ଉତ୍କଳ ଆଲୁମିନାନ କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଚିହ୍ନଟ ୧୦୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ହୋଇଛି। ବ୍ୟାପକ ପଦକ୍ଷେପ ସତ୍ତ୍ବେ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିବା ବଦଳରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଗ୍ରାମାଞ୍ଚଳ, ସହରାଞ୍ଚଳ ଇଲାକାରେ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥିତି ନିୟନ୍ତ୍ରଣ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ। ପଦ୍ମପୁର, ଗୁଡାରି, ମୁନିଗୁଡ଼ା, କାଶୀପୁରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନୂଆ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପଦ୍ମପୁର ବିବାହ ଭୋଜି, ଗୁଡାରିରେ ଶବ ଶୋଭାଯାତ୍ରା, ମୁନିଗୁଡ଼ାରେ କୋଭିଡ଼୍ ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସି ଏତେ ସଂଖ୍ୟକ ଲୋକ କରୋନା ପଜିଟିଭ୍ ହୋଇଛନ୍ତି। ବିଚଳିତ ହୋଇ ଧର୍ଯ୍ୟର ସହ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି। ଜିଲ୍ଲାରେ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ୍ ଚାଲିଥିବା ବେଳେ ରାୟଗଡ଼ା ମେଡ଼ିକାଲକୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe