ଆପଣଙ୍କ ଜିଲ୍ଲାରେ କେତେ କରୋନା ପଜିଟିଭ ଅଛନ୍ତି ଜାଣନ୍ତୁ

ଆପଣଙ୍କ ଜିଲ୍ଲାରେ କେତେ କରୋନା ପଜିଟିଭ ଅଛନ୍ତି ଜାଣନ୍ତୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦୨ ଜଣ ଚିହ୍ନଟ ହୋଇଛନ୍ତି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ ୪୩ ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି | ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪୭୨, ବାଲେଶ୍ବରରେ ୩୫୩, ଯାଜପୁରରେ ୫୧୫, କଟକରେ ୬୦୮, ପୁରୀରେ ୨୬୮, କେନ୍ଦ୍ରାପଡ଼ାରେ ୨୫୧, ଅନୁଗୁଳରେ ୭୦, ଖୋର୍ଦ୍ଧାରେ ୮୪୭, ଦେବଗଡ଼ରେ ୬୧, ଭଦ୍ରକରେ ୨୩୨, ନୟାଗଡ଼ରେ ୧୫୮, ଜଗତସିଂହପୁରରେ ୨୯୮, ସୁନ୍ଦରଗଡ଼ରେ ୨୦୦, ନୂଆପଡ଼ାରେ ୮୨, ବଲାଙ୍ଗୀରରେ ୧୮୭, ବୌଦ୍ଧରେ ୪୨, କେନ୍ଦୁଝରରେ ୧୪୫, ମାଲକାନଗିରିରେ ୧୦୬, ମୟୂରଭଞ୍ଜରେ ୨୧୩, କଳାହାଣ୍ଡିରେ ୭୧, କନ୍ଧମାଳରେ ୧୭୮, ଗଜପତିରେ ୪୪୧, କୋରାପୁଟରେ ୪୭, ଢେଙ୍କାନାଳରେ ୮୦, ଝାରସୁଗୁଡ଼ାରେ ୧୦୮, ସମ୍ବଲପୁରରେ ୫୬ରେ ପହଞ୍ଚିଛି।

publive-image

ଅପରପକ୍ଷରେ ବରଗଡ଼ରେ ୧୦୯, ସୁବର୍ଣ୍ଣପୁର ଜିଲ୍ଲାରେ ୩୭ ଏବଂ ନବରଙ୍ଗପୁର ଜିଲ୍ଲାରେ ୪୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୩୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe