କେନ୍ଦ୍ରାପଡ଼ା: କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ପୁଣି ୪ ଆକ୍ରାନ୍ତ ଚିହ୍ନଟ, ସଟଡାଉନରେ କୁମାରଟଙ୍କା

Advertisment
କେନ୍ଦ୍ରାପଡ଼ା: କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ପୁଣି ୪ ଆକ୍ରାନ୍ତ ଚିହ୍ନଟ, ସଟଡାଉନରେ କୁମାରଟଙ୍କା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅରେହିକଣା ପଞ୍ଚାୟତ କୁମାରଟଙ୍କାରେ ଗତକାଲି ଜଣେ କରୋନା ସନ୍ଦିଗ୍ଧ ଜନୈକ ଯୁବକଙ୍କର ମୃତ୍ୟୁ ଘଟିଛି।ଅରେହିକଣା କ୍ବାରେଣ୍ଟିନରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ପଠାଯିବା ପରେ ଆଜି ପୁଣି ୩ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ସାରା ଅଞ୍ଚଳବ୍ୟାପି ଭୟ ଖେଳାଇ ଦେଇଥିବାରୁ କୁମାରଟଙ୍କା ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୩ ତାରିଖ ଯାଏ ସଟଡାଉନରେ ରଖା ଯାଇଥିବା ଆଜି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି।

କୁମାରଟଙ୍କା ଗ୍ରାମର ଆନନ୍ଦ ମହାରଣା(୩୪) ଗତ ୧୦ ତାରିଖରେ ବେଙ୍ଗାଲୁରୁ ଠାରୁ ଫେରି ହୋମ୍ କ୍ବାରେଣ୍ଟିନରେ ରହୁଥିଲେ। ଆନନ୍ଦ ଜ୍ବର, କାଶ, ଛିଙ୍କରେ ଆକ୍ରାନ୍ତ ହେବା ପରେ ଆଳି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କର ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ରିପୋର୍ଟ ଅସ୍ପଷ୍ଟ ଆସିଥିବା ବେଳେ ଗତକାଲି ୧୯ ତାରିଖରେ ଆନନ୍ଦଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ଚିକିତ୍ସା ପାଇଁ ତାଙ୍କୁ ଛତାସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସ୍ପଷ୍ଟ ପରୀକ୍ଷା ରିପୋର୍ଟ କାରଣରୁ ପ୍ରଶାସନ ପକ୍ଷରୁ ଆନନ୍ଦଙ୍କ ମୃତ୍ୟୁକୁ ସନ୍ଦେହଜନକ କୁହାଯାଉଥିବା ବେଳେ ପରିବାର ଓ ଗ୍ରାମବାସୀ ମାନେ କରୋନା ମୃତ୍ୟୁ ବୋଲି କହୁଛନ୍ତି। ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି।

ଏହି ଘଟଣା ପରେ ଆଜି କୁମାରଟଙ୍କା ଗାଁର କିଛି ଅଂଶ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଆଳିବ୍ଲକ କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲା ମେଡିକାଲ ଟିମ କୁମାରଟଙ୍କାରେ ପହଞ୍ଚି ମୃତଯୁବକଙ୍କ ପରିବାର ସମେତ ନିବିଡ ସଂସ୍ପର୍ଶରେ ଆସିଥିବା ପଡୋଶୀ ୨୪ ଜଣଙ୍କର ସ୍ବାବ ସଂଗ୍ରହ କରି ତତକାଳ ଆଣ୍ଟିଜେନ ପରୀକ୍ଷା ପରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ ମୃତ ଆନନ୍ଦଙ୍କ ବାପା, ମାଆଙ୍କ ସମେତ ଜଣେ ପଡୋଶୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe