କରୋନା ସନ୍ଦେହରେ ଦମ୍ପତିଙ୍କୁ ଟିଟିଲାଗଡ଼ରୁ ବଲାଙ୍ଗୀର ସ୍ଥାନାନ୍ତର

ଦାଦାଙ୍କ ଶୁଦ୍ଧକ୍ରିୟାରେ ଯୋଗଦେବା ପାଇଁ କାନାଡାରୁ ଆସିଥିଲେ

କରୋନା ଦାଉରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

Zee News

ଟିଟିଲାଗଡ଼/ବଲାଙ୍ଗୀର: କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱକୁ  ଚିନ୍ତା ଘାରିଥିବା ବେଳେ କାନାଡାରୁ ଟିଟିଲାଗଡ଼ ଫେରିଥିବା ଏକ ଦମ୍ପତିଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହି ଦମ୍ପତି କରୋନା ସଂକ୍ରମଣ ସଂଦିଗ୍ଧ ମନେକରି ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ଦମ୍ପତି କାନାଡାରେ ଚାକିରି କରନ୍ତି। ଗତ ୯ ତାରିଖରେ ତାଙ୍କର ଦାଦାଙ୍କ ମୃତ୍ୟୁ ହୋଇଯାଇଥିଲା। ଦାଦାଙ୍କ ମୃତ୍ୟୁ ଖବର ପାଇ ସ୍ୱାମୀ ଓ ସ୍ତ୍ରୀ କାନାଡାରୁ ଆସି ୧୧ ତାରିଖରେ ଟିଟିଲାଗଡ଼ରେ ପହଞ୍ଚି ଥିଲେ। ତେବେ ସ୍ୱାମୀ ଓ ସ୍ତ୍ରୀଙ୍କୁ ସାମାନ୍ୟ ଜ୍ୱର ହେବାରୁ ସେମାନେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିଲେ।

ଆଜି ସକାଳୁ ଉପଜିଲ୍ଲାପାଳ ସୁଧାକର ନାୟକ, ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁଜାତାରାଣୀ ମିଶ୍ରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ପରେ ଉଭୟଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସନ୍ଧ୍ୟାରେ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe