ଯାଜପୁରର ୨ ଡାକ୍ତରଙ୍କ ଲିଙ୍କକୁ ନେଇ ଆଳିରେ ଛନକା

Advertisment
ବୈଜ୍ଞାନିକଙ୍କ ଦାବି: କରୋନା ଭୂତାଣୁ ବାୟୁବାହିତ

Asianet Newsable

ଆଳି: ଆଳି ବାସିନ୍ଦା ତଥା ଯାଜପୁର ଜିଲ୍ଲା ସରକାରୀ ଚିକିତ୍ସାଳୟର ଜନୈକ ସ୍ତ୍ରୀ ଓ ପ୍ରସୂତି ବିଭାଗ କରୋନା ଆକ୍ରାନ୍ତ ଡାକ୍ତରଙ୍କର ଆଳି ସଂପୃକ୍ତିକୁ ନେଇ ଆଳି ଅଞ୍ଚଳରେ ଛନକା ଲାଗି ରହିଥିବା ବେଳେ ଯାଜପୁରର ଅନ୍ୟ ଜଣେ ଡାକ୍ତରଙ୍କ କରୋନା ପଜିଟିଭ ଚିହ୍ନଟ ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି।ଗୁରୁବାର ଦିନ କରୋନା ପଜିଟିଭ ଜଣା ପଡିଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜଣଙ୍କ ସେହି ଦିନତମାମ ଆଳିରେ ରହି ବିଭିନ୍ନ ସରକାରୀ ଅଫିସ,ମୃତକଙ୍କ ଏକାଦଶାହ କାର୍ଯ୍ୟକ୍ରମ ସମେତ ବିଭିନ୍ନ ଜନଗହଳି ସ୍ଥାନରେ ଯୋଗଦାନ କରିଥିଲେ।

ସେହିପରି ନିକଟରେ ଆଳିରୁ ଯାଜପୁର ବଦଳି ହୋଇ ଯାଇଥିବା ଶିଶୁରୋଗ ବିଶେଷଜ୍ଞ ଅନ୍ୟ ଜଣେ ଲୋକପ୍ରିୟ ଡାକ୍ତର ବୁଧବାର ଦିନ ଆଳିରେ ରୋଗୀ ସେବା କରି ଯିବାପରେ ଶନିବାର ଦିନ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ଚିକିତ୍ସିତ ରୋଗୀ ଓ ଡାକ୍ତରଙ୍କ ଲିଙ୍କରେ ଆସିଥିବା ଲାବୋରେଟରୀ ଟେକ୍ନିସିୟାନ, ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ଛନକା ପୂରାଇ ଦେଇଛି।ଏଥି ସହିତ ସଂପୃକ୍ତ ଦୁଇ ଡାକ୍ତରଙ୍କ ସମ୍ପର୍କରେ ବହୁ ଲୋକ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସାଧାରଣରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି।

ଆକ୍ରାନ୍ତ ଶିଶୁ ବିଭାଗୀୟ ଡାକ୍ତରଙ୍କ ସହିତ ସିଧା ସଳଖ ସମ୍ପର୍କରେ ଆସିଥିବା ୬ ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ଆଜି ପରୀକ୍ଷା ପାଇଁ ପଠାଯାଇ ସେମାନଙ୍କୁ ହୋମ୍ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଆଳି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି।ଏହା ବ୍ୟତିତ ଆଳିର ବିଭିନ୍ନ ସ୍ଥାନରୁ ଆଜି ଅନ୍ୟ ୧୧ ଥଣ୍ଡା, ଜ୍ବର ପିଡିତଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।ତେବେ ଡାକ୍ତରଙ୍କ ଲିଙ୍କରେ ଆସିଥିବା ୬ ଜଣଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe